କାଳବୈଶାଖୀ ପ୍ରଭାବ: ଆଜିଠୁ ବଦଳିବ ପାଣିପାଗ

Table of Content

ରାଜ୍ୟରେ ପୁଣି କାଳବୈଶାଖୀ ଆଶଙ୍କା; ୫୦ କିମି ବେଗରେ ବହିପାରେ ପବନ

ଖବର

ଓଡିଶାରେ ଗ୍ରୀଷ୍ମ ପ୍ରକୋପ ମଧ୍ୟରେ ପୁଣିଥରେ କାଳବୈଶାଖୀ ବର୍ଷାର ସମ୍ଭାବନା ଦେଖାଦେଇଛି। ଆସନ୍ତା କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ଓ ଜୋର ପବନ ବହିବା ନେଇ ପାଣିପାଗ ବିଭାଗ ସତର୍କ କରିଛି। ବିଶେଷକରି ଉତ୍ତର ଓଡିଶାର କିଛି ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।

ଶୁକ୍ରବାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଉପକୂଳ ଓ ଦକ୍ଷିଣ ଓଡିଶାର ଅନେକ ଅଞ୍ଚଳରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୬ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡିଶାର ବିକ୍ଷିପ୍ତ ସ୍ଥାନରେ ବଜ୍ରପାତ ସହ ବର୍ଷା ଜାରି ରହିବା ନେଇ ଆକଳନ କରାଯାଇଛି।

ପାଣିପାଗ ବିଭାଗ କହିଛି ଯେ, ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। ଫଳରେ ଗରମ ଓ ଗୁଳୁଗୁଳି ଅଧିକ ଅନୁଭୂତ ହେବ। ଗତକାଲି ବଲାଙ୍ଗିରରେ ସର୍ବାଧିକ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ୪୦.୨ ଡିଗ୍ରୀ ରହିଥିଲା। ଝାରସୁଗୁଡା, ନୂଆପଡା ଓ ଭବାନୀପାଟଣାରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ନିକଟରେ ରହିଥିଲା।

ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏଥର ସାଧାରଣ ସମୟ ପୂର୍ବରୁ ଆଗକୁ ବଢିବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ ପାଇଁ ପରିସ୍ଥିତି ଅନୁକୂଳ ହୋଇଛି। ସାଧାରଣତଃ ମେ ୨୦ରୁ ୨୨ ମଧ୍ୟରେ ମୌସୁମୀ ବାୟୁ ଆଣ୍ଡାମାନରେ ପହଞ୍ଚୁଥିବାବେଳେ ଏଥର ଏହା କିଛି ଦିନ ପୂର୍ବରୁ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି।

ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅସ୍ଥିର ପାଣିପାଗ ଜାରି ରହିଛି। ଦିଲ୍ଲୀ, ନଏଡା ଓ ଗାଜିଆବାଦ ଅଞ୍ଚଳରେ ଧୂଳିଝଡ଼ ଓ ବଜ୍ରପାତ ସହ ବର୍ଷା ହୋଇଥିବାବେଳେ ଭାରତୀୟ ପାଣିପାଗ ବିଭାଗ ସେଠାରେ ଅରେଞ୍ଜ ଆଲର୍ଟ ଜାରି କରିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts