କଣିହାଁରେ ବଡ଼ ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ, ୧୩ ଜୁଆଡ଼ି ଗିରଫ

Table of Content

କଣିହାଁରେ ବଡ଼ ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ; ୧୩ ଜୁଆଡ଼ି ଗିରଫ, ପଳାଇବା ବେଳେ ଜଣଙ୍କ ମୃତ୍ୟୁ ସନ୍ଦେହ
କଣିହାଁ/ଅନୁଗୁଳ, ତା. ୨୬: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଥାନାର କଦଳିପାଳ ଅଞ୍ଚଳରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ଅନୁଗୁଳ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ ହଠାତ୍ ଚଢ଼ାଉ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଏହି ଅଭିଯାନ ଚଳାଇଥିବା ବେଳେ ଘଟଣାସ୍ଥଳରେ ହଡ଼କମ୍ପ ସୃଷ୍ଟି ହୋଇଥିଲା।
ପୋଲିସକୁ ଦେଖି ଜୁଆଡ଼ିମାନେ ବିଭିନ୍ନ ଦିଗକୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଚଢ଼ାଉ ସମୟରେ ପୋଲିସ ୧୩ ଜଣ ଜୁଆଡ଼ିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ନଗଦ ୩୫ ହଜାର ଟଙ୍କା, ୮ଟି ବାଇକ୍, ୨ଟି କାର୍, ୨ଟି ଟେମ୍ପୁ ଏବଂ ଗୋଟିଏ ବୋଲେରୋ ଗାଡ଼ି ଜବତ କରାଯାଇଛି। ଜବତ ସମସ୍ତ ସାମଗ୍ରୀକୁ ପୋଲିସ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛି।
ଚଢ଼ାଉ ବେଳେ ଏକ ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ପୋଲିସ କବଳରୁ ଖସି ପଳାଇବାକୁ ଯାଇ ଜଣେ ବ୍ୟକ୍ତି ନିକଟସ୍ଥ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ପରେ ସେ ନଦୀ ପାଣିରେ ବୁଡ଼ି ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତକ ଜଣକ ଖମାର ଅଞ୍ଚଳର ରାଜେଶ ବେହେରା ବୋଲି ପ୍ରାଥମିକ ସୂଚନା ମିଳିଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ନଦୀରେ ଖୋଜାଖୋଜି ଓ ଆଇନଗତ ପ୍ରକ୍ରିୟା ଜାରି ରହିଛି। ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ୍ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଅନ୍ୟପଟେ, ଜୁଆ ଆଡ୍ଡାର ଆୟୋଜନରେ କିଏ କିଏ ସମ୍ପୃକ୍ତ ଥିଲେ ଏବଂ ଏହା ପଛରେ କୌଣସି ବଡ଼ ଚକ୍ର ସକ୍ରିୟ ଥିଲା କି ନାହିଁ, ସେନେଇ ପୋଲିସ ତଦନ୍ତକୁ ଆହୁରି ଜୋରଦାର କରିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778