ଆମେରିକା–ଇସ୍ରାଏଲ୍ ଯୁଦ୍ଧଯୋଜନା

Table of Content

ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧର ଆଶଙ୍କା ଗଭୀର ହେଉଛି। ଇରାନକୁ ନେଇ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ଜୋରଦାର ହୋଇଥିବା ସୂଚନା ମିଳିଛି। ବିଭିନ୍ନ ଆନ୍ତର୍ଜାତୀୟ ରିପୋର୍ଟ ଅନୁସାରେ, ଦୁଇ ଦେଶ ମିଳିତ ଭାବେ ଇରାନର କିଛି ଗୁରୁତ୍ୱପୂର୍ଣ୍ଣ ସାମରିକ ଓ ପରମାଣୁ ସଂପୃକ୍ତ ସ୍ଥାନକୁ ଲକ୍ଷ୍ୟ କରି ଯୋଜନା ପ୍ରସ୍ତୁତ କରୁଛନ୍ତି।

ସୂତ୍ର ଅନୁସାରେ, ଇସ୍ରାଏଲୀ ସେନା ଓ ଆମେରିକାର CENTCOM ମଧ୍ୟରେ ଜରୁରୀ ବୈଠକ ହୋଇଛି। ଏଥିରେ ଇରାନର କ୍ଷେପଣାସ୍ତ୍ର ଘାଟି, ପରମାଣୁ କେନ୍ଦ୍ର, ସାମରିକ ଶିବିର ଓ କମାଣ୍ଡ ସେଣ୍ଟରକୁ ସମ୍ଭାବ୍ୟ ଟାର୍ଗେଟ ଭାବେ ଚିହ୍ନଟ କରାଯାଉଥିବା କୁହାଯାଉଛି। ଆସନ୍ତା କିଛି ଦିନ ମଧ୍ୟରେ ପରିସ୍ଥିତି ଅଧିକ ତୀବ୍ର ହୋଇପାରେ ବୋଲି ଆଶଙ୍କା ବଢ଼ିଛି।

ଅନ୍ୟପଟେ, ଇରାନ ସହ ଚାଲୁଥିବା ଶାନ୍ତି ଆଲୋଚନା ପ୍ରାୟ ଭାଙ୍ଗି ପଡ଼ିଛି। ପୂର୍ବରୁ ଘୋଷିତ ଯୁଦ୍ଧବିରତି ଏବେ କେବଳ ନାମମାତ୍ର ରହିଯାଇଥିବା ଚର୍ଚ୍ଚା ହେଉଛି। ହର୍ମୁଜ୍ ପ୍ରଣାଳୀକୁ ନେଇ ଇରାନର ଦାବି ଓ ଆମେରିକାର କଠୋର ମନୋଭାବ ଏହି ସଂକଟକୁ ଆହୁରି ଗଭୀର କରିଛି।

ବିଶେଷଜ୍ଞମାନଙ୍କ ମତରେ, ଯଦି ପରିସ୍ଥିତି ନିୟନ୍ତ୍ରଣରୁ ବାହାରୁଥାଏ, ତେବେ ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିପାରେ। ବିଶେଷକରି ହର୍ମୁଜ୍ ପ୍ରଣାଳୀ ଦ୍ୱାରା ବିଶ୍ୱର ବଡ଼ ଅଂଶର ତୈଳ ପରିବହନ ହେଉଥିବାରୁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ତୈଳ ବଜାର ଓ ଅର୍ଥନୀତି ଉପରେ ଭୟାବହ ପ୍ରଭାବ ପଡ଼ିପାରେ।

ବର୍ତ୍ତମାନ ମଧ୍ୟପ୍ରାଚ୍ୟର ପରିସ୍ଥିତିକୁ ନେଇ ବିଶ୍ୱସ୍ତରରେ ଚିନ୍ତା ବଢ଼ିଛି ଏବଂ ଆସନ୍ତା ସପ୍ତାହ ଏହି ସଂକଟର ଦିଗ ନିର୍ଣ୍ଣୟ କରିପାରେ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts