ମେଷ
ଆଜି କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଫଳ ମିଳିବ। ନୂଆ କାମ ଆରମ୍ଭ କରିବା ପାଇଁ ଦିନଟି ଶୁଭ। ବନ୍ଧୁ କିମ୍ବା ପରିଚିତଙ୍କଠାରୁ ସହଯୋଗ ଓ ଉପହାର ମିଳିପାରେ। ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ଶିକ୍ଷାରେ ସଫଳତା ପାଇବେ। ନୂତନ ଯାନବାହନ କିଣିବାର ଯୋଜନା କରିପାରନ୍ତି।
ଶୁଭ ରଙ୍ଗ: ଲାଲ୍ | ଶୁଭ ସଂଖ୍ୟା: ୯
ପ୍ରତିକାର: ଶ୍ରୀ ଦତାତ୍ରେୟଙ୍କ ମନ୍ତ୍ର ଜପ କରନ୍ତୁ।
ବୃଷ
ପରିବାର ଓ କର୍ମକ୍ଷେତ୍ରରେ ବୁଝାମଣା ଭଲ ରହିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସା ଲାଭ କରିବେ। ବିଭିନ୍ନ ବାଧା ସତ୍ତ୍ୱେ କାର୍ଯ୍ୟ ସଫଳ ହେବ। ମାମଲା କିମ୍ବା ବିବାଦରେ ଅନୁକୂଳ ଫଳ ମିଳିପାରେ ଏବଂ ବିରୋଧୀମାନେ ଦୁର୍ବଳ ପଡ଼ିବେ।
ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା: ୬
ପ୍ରତିକାର: ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ।
ମିଥୁନ
କାର୍ଯ୍ୟ ବ୍ୟସ୍ତତା ଯୋଗୁ ପରିବାରକୁ ସମୟ ଦେଇପାରିବେ ନାହିଁ, ଯାହା ଛୋଟଖାଟ ମନୋମାଳିନ୍ୟର କାରଣ ହୋଇପାରେ। ବ୍ୟବସାୟ ଓ ସୃଜନଶୀଳ କ୍ଷେତ୍ରରେ ଅଟକିଥିବା କାମ ସମାଧାନ ହେବ। ସହକର୍ମୀଙ୍କୁ ଉତ୍ତମ ପରାମର୍ଶ ଦେଇ ସମ୍ମାନ ପାଇବେ। ରାଜନୈତିକ କ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ।
ଶୁଭ ରଙ୍ଗ: ସବୁଜ | ଶୁଭ ସଂଖ୍ୟା: ୫
ପ୍ରତିକାର: ଶ୍ରୀ ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ।
କର୍କଟ
ସ୍ୱାସ୍ଥ୍ୟରେ ସୁଧାର ଆସିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଚାକିରି ପ୍ରାର୍ଥୀଙ୍କ ପାଇଁ ଶୁଭ ସୁଯୋଗ ଆସିପାରେ। ଗୁରୁଜନଙ୍କ ପରାମର୍ଶରେ କାମ କଲେ ସଫଳତା ମିଳିବ। କୋର୍ଟ କଚେରୀ ସମ୍ବନ୍ଧୀୟ କାମରେ ଅନୁକୂଳ ଖବର ମିଳିପାରେ।
ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା: ୨
ପ୍ରତିକାର: ଭୋକିଲା ଲୋକଙ୍କୁ ଖାଦ୍ୟ ଦାନ କରନ୍ତୁ।
ସିଂହ
ପାରିବାରିକ ସମସ୍ୟା ଥିଲେ ମଧ୍ୟ ଆପଣ ନିଜ କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ କିଛି ଚ୍ୟାଲେଞ୍ଜ ଆସିପାରେ, ତେଣୁ ସତର୍କ ରୁହନ୍ତୁ। ଆର୍ଥିକ ସ୍ଥିତି ସାଧାରଣ ରହିବ। ସନ୍ତାନଙ୍କ ଶିକ୍ଷାକୁ ନେଇ ଶୁଭ ଖବର ମିଳିବ।
ଶୁଭ ରଙ୍ଗ: ନାରଙ୍ଗୀ | ଶୁଭ ସଂଖ୍ୟା: ୧
ପ୍ରତିକାର: ଶ୍ରୀ ବିଷ୍ଣୁଙ୍କ ପୂଜା କରନ୍ତୁ।
କନ୍ୟା
ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଦକ୍ଷତାର ସହ ଦାୟିତ୍ୱ ପାଳନ କରିବେ। ପରିବାରର କିଛି କଥା ମାନସିକ ଚାପ ବଢ଼ାଇପାରେ। କଥାବାର୍ତ୍ତା ଓ ଆଚରଣରେ ସଂଯମ ରଖିଲେ ଲାଭ ହେବ।
ଶୁଭ ରଙ୍ଗ: ସବୁଜ | ଶୁଭ ସଂଖ୍ୟା: ୫
ପ୍ରତିକାର: ବୁଧ ଗ୍ରହଙ୍କ ମନ୍ତ୍ର ଜପ କରନ୍ତୁ।
ତୁଳା
ପରିବାରର ସମର୍ଥନ ମିଳିବ। ଅଫିସର କାମ ସମୟରେ ସମ୍ପୂର୍ଣ୍ଣ କରିବେ। ଇଞ୍ଜିନିୟରିଂ ଓ ପ୍ରଶାସନିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ। ରାଜନୀତିରେ ନୂଆ ଦାୟିତ୍ୱ ମିଳିପାରେ।
ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା: ୬
ପ୍ରତିକାର: ଶୁକ୍ର ଗ୍ରହଙ୍କ ମନ୍ତ୍ର ପାଠ କରନ୍ତୁ।
ବିଛା
ଧୈର୍ଯ୍ୟ ଓ ବୁଦ୍ଧିମତା ସହ କାମ କଲେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସାଧାରଣ ରହିବ। ବ୍ୟବସାୟରେ ଲାଭ ମିଳିବାରୁ ଆତ୍ମବିଶ୍ୱାସ ବଢ଼ିବ। ପରିବାରର ମତଭେଦ ମାନସିକ ଚାପ ଦେଇପାରେ।
ଶୁଭ ରଙ୍ଗ: ଲାଲ୍ | ଶୁଭ ସଂଖ୍ୟା: ୯
ପ୍ରତିକାର: ମା’ ବଗଳାମୁଖୀଙ୍କ ପୂଜା କରନ୍ତୁ।
ଧନୁ
ବ୍ୟବସାୟରେ ଆୟ ବଢ଼ିବ, କିନ୍ତୁ ଅଧିକ ଖର୍ଚ୍ଚ ଯୋଗୁ ସଞ୍ଚୟ କମ୍ ହୋଇପାରେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଜମି କିମ୍ବା ସମ୍ପତ୍ତି କ୍ରୟର ଯୋଜନା କରିପାରନ୍ତି। ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ।
ଶୁଭ ରଙ୍ଗ: ହଳଦିଆ | ଶୁଭ ସଂଖ୍ୟା: ୩
ପ୍ରତିକାର: ମା’ ତାରାଙ୍କ ମନ୍ତ୍ର ପାଠ କରନ୍ତୁ।
ମକର
ବହୁ ବାଧା ସତ୍ତ୍ୱେ କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ରାଜନୀତିରେ ସତର୍କ ରୁହନ୍ତୁ, ଅପବ୍ୟୟ ହୋଇପାରେ। ପଢ଼ାଶୁଣାରେ ମନୋଯୋଗ ବଢ଼ିବ ଏବଂ ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ଶୁଭ ଖବର ମିଳିପାରେ।
ଶୁଭ ରଙ୍ଗ: ନୀଳ | ଶୁଭ ସଂଖ୍ୟା: ୮
ପ୍ରତିକାର: ମା’ ଶାରଳାଙ୍କ ପୂଜା କରନ୍ତୁ।
କୁମ୍ଭ
କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତା ଓ ପରିଶ୍ରମର ମୂଲ୍ୟାଙ୍କନ ହେବ। ଆୟ ବୃଦ୍ଧି ସହ ଆର୍ଥିକ ସ୍ଥିତି ମଜବୁତ ହେବ। ପରିବାରର ସମସ୍ୟାର ସମାଧାନ ହେବ। ଋଣ ପରିଶୋଧ କରିବାର ସୁଯୋଗ ମିଳିବ। ଯାନବାହନକୁ ନେଇ ଭାଇଭଉଣୀଙ୍କ ସହ ମତଭେଦ ହୋଇପାରେ।
ଶୁଭ ରଙ୍ଗ: ନୀଳ | ଶୁଭ ସଂଖ୍ୟା: ୮
ପ୍ରତିକାର: ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ।
ମୀନ
ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଧନ ସହ ସମ୍ମାନ ଲାଭ କରିବେ। କାର୍ଯ୍ୟକ୍ଷେତ୍ରରେ କିଛି ବିବାଦୀୟ ପରିସ୍ଥିତି ଆସିପାରେ, କିନ୍ତୁ ବୁଦ୍ଧିମତାର ସହ ସମାଧାନ କରିବେ। ଆଇନଗତ ବିବାଦରେ ସମାଧାନର ପଥ ଖୋଲିବ। ଛାତ୍ରଛାତ୍ରୀମାନେ ଭଲ ଫଳ ପାଇ ଗୁରୁଜନଙ୍କ ପ୍ରଶଂସା ଲାଭ କରିବେ।
ଶୁଭ ରଙ୍ଗ: ହଳଦିଆ | ଶୁଭ ସଂଖ୍ୟା: ୩
ପ୍ରତିକାର: ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

Total Users : 1000778