ବୈତ୍ରଣୀର ଜଳସ୍ତର ବଢ଼ିଲା, ତଳିଆ ଅଞ୍ଚଳକୁ ପ୍ରଶାସନର ସତର୍କବାଣୀ

Table of Content

ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ଏବଂ ନଦୀ ଅବବାହିକାରେ ଲଗାତାର ବର୍ଷା ଯୋଗୁଁ ବୈତ୍ରଣୀ, ସାଳନ୍ଦୀ ଓ ଜଳକା ନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି ଭଦ୍ରକ ଜିଲ୍ଲାର ଆଖୁଆପଦା ଗେଜ୍ ଷ୍ଟେସନ୍‌ରେ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ବିପଦ ସଙ୍କେତ ୧୭.୩୩ ମିଟର ଥିବା ବେଳେ ଦିନ ୪ଟା ସୁଦ୍ଧା ଜଳସ୍ତର ୧୮.୩୩ ମିଟର ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଖୁଆପଦା ଅଞ୍ଚଳରେ ସାଇରନ୍ ବଜାଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି। ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ବ୍ଲକର ତଳିଆ ଗ୍ରାମଗୁଡ଼ିକରେ ବନ୍ୟାଜଳ ପଶିବାର ଆଶଙ୍କା ରହିଥିବାବେଳେ, ଯାଜପୁର ଜିଲ୍ଲାର ଦଶରଥପୁର, କୋରେଇ ଓ ଆନନ୍ଦପୁର ପାର୍ଶ୍ୱବର୍ତ୍ତୀ ତଳିଆ ଅଞ୍ଚଳ ଏବଂ ବ୍ୟାପକ ଚାଷଜମି ଜଳମଗ୍ନ ହେବାର ସମ୍ଭାବନା ଦେଖାଦେଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟାପ୍ରବଣ ଅଞ୍ଚଳରେ ରାଜସ୍ୱ, ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍‌କୁ ସଜାଗ ରଖାଯାଇଥିବା ସହ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଉଛି। ନଦୀ କୂଳକୁ ନଯିବା, ଅନାବଶ୍ୟକ ଭାବେ ବନ୍ୟାଜଳରେ ପ୍ରବେଶ ନକରିବା ଏବଂ ପ୍ରଶାସନର ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗୁରୁତର ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ନଦୀ ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି ଏବଂ ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମସ୍ତ ବିଭାଗକୁ ପ୍ରସ୍ତୁତ ରଖାଯାଇଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779