ବନ୍ୟାରେ ଭାଙ୍ଗିଲା ଘର, ଉଜୁଡ଼ିଲା ସଂସାର; ପ୍ରଶାସନର ନିଦ ଭାଙ୍ଗୁନି

Table of Content

ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକ ପବିତ୍ରମୋହନ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅବ୍ଦାଲ ଏମ୍. ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ସାଧାରଣ ଲୋକମାନେ ନିଜର ବିଭିନ୍ନ ସମସ୍ୟା ନେଇ ସିଧାସଳଖ ପ୍ରଶାସନ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ମୋଟ ୯୦ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୬୩ଟି ବ୍ୟକ୍ତିଗତ ଏବଂ ୨୭ଟି ଗ୍ରାମ୍ୟ ସମସ୍ୟା ସମ୍ବନ୍ଧୀୟ ଥିଲା।

ପ୍ରଶାସନର ତତ୍ପରତା ଫଳରେ ୧୪ଟି ଅଭିଯୋଗର ତୁରନ୍ତ ସମାଧାନ ଶିବିର ସ୍ଥଳରେ ହିଁ କରାଯାଇଥିଲା, ଯେଉଁଥିରେ ଉପସ୍ଥିତ ଲୋକମାନେ ସନ୍ତୋଷ ପ୍ରକାଶ କରିଥିଲେ। ଶିବିରରେ ଜମିଜମା ବିବାଦ, ଶିଳ୍ପ ସଂସ୍ଥା ଦ୍ୱାରା ଅଧିଗୃହୀତ ଜମିର କ୍ଷତିଗ୍ରସ୍ତଙ୍କ ନିଯୁକ୍ତି ଓ ଥଇଥାନ, ରାସ୍ତାଘାଟ ମରାମତି, ଆବାସ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା, ରାସନ କାର୍ଡ ଏବଂ ଅନ୍ୟାନ୍ୟ ଜନସମସ୍ୟାକୁ ନେଇ ବିସ୍ତୃତ ଶୁଣାଣୀ କରାଯାଇଥିଲା।

ଏହା ସହ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚାରିଜଣ ହିତାଧିକାରୀଙ୍କୁ ଚିକିତ୍ସା ଓ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଜିଲ୍ଲାର ବରିଷ୍ଠ ପ୍ରଶାସନିକ, ପୁଲିସ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ଏବଂ ସରକାରୀ ଯୋଜନାର ସୁଫଳ ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ମିଳିତ ଅଭିଯୋଗ ଶୁଣାଣୀ ଶିବିର ସାଧାରଣ ଜନତା ଓ ପ୍ରଶାସନ ମଧ୍ୟରେ ସିଧାସଳଖ ସମନ୍ୱୟ ସ୍ଥାପନ କରିବା ସହ ଜନସମସ୍ୟାର ତ୍ୱରିତ ସମାଧାନ ଦିଗରେ ଏକ ଫଳପ୍ରଦ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779