ପୁଣି ଖୋଲିଲା ହୀରାକୁଦ ଗେଟ୍, ମହାନଦୀ କୂଳବାସୀ ସତର୍କ

Table of Content

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ପ୍ରାୟ ୧ ଲକ୍ଷ ୫୭ ହଜାର ୪୪୨ କ୍ୟୁସେକ୍ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ, ମୋଟ ୯୩ ହଜାର ୪୦୬ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ସେଥିମଧ୍ୟରୁ ୪ଟି ସ୍ଲୁଇସ୍ ଗେଟ୍ ମାଧ୍ୟମରେ ୬୦ ହଜାର ୫୨ କ୍ୟୁସେକ୍ ଏବଂ କେନାଲ, ପାୱାର ଚ୍ୟାନେଲ୍ ଓ ଶିଳ୍ପ ପ୍ରତିଷ୍ଠାନ ପାଇଁ ୩୩ ହଜାର ୩୫୪ କ୍ୟୁସେକ୍ ଜଳ ଛଡ଼ାଯାଉଛି।

ଡ୍ୟାମ୍ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଉପରମୁଣ୍ଡରୁ ବନ୍ୟାଜଳର ପ୍ରବାହ ଜାରି ରହିଥିବାରୁ ଜଳଭଣ୍ଡାରର ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି। ଆବଶ୍ୟକ ପଡ଼ିଲେ ପରିସ୍ଥିତି ଅନୁଯାୟୀ ଆହୁରି ଗେଟ୍ ଖୋଲାଯାଇପାରେ।

୪ଟି ଗେଟ୍ ଖୋଲାଯିବା ପରେ ମହାନଦୀର ଜଳସ୍ତର ବଢ଼ିବାର ସମ୍ଭାବନା ଥିବାରୁ ସମ୍ବଲପୁର ସମେତ ତଳିଆ ଅଞ୍ଚଳର ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ନଦୀକୂଳରେ ବସବାସ କରୁଥିବା ଲୋକଙ୍କୁ ନଦୀ ଭିତରକୁ ନ ଯିବା, ମାଛ ଧରିବାରୁ ବିରତ ରହିବା ଏବଂ ନଦୀକୂଳରେ ଗାଧୋଇବା କିମ୍ବା ଅନ୍ୟ କୌଣସି କାର୍ଯ୍ୟ ନ କରିବାକୁ ପରାମର୍ଶ ଦିଆଯାଇଛି।

ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ରେଭେନ୍ୟୁ, ଅଗ୍ନିଶମ, ଓଡ୍ରାଫ୍ ଓ ଜଳସମ୍ପଦ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନଥିଲେ ମଧ୍ୟ ପ୍ରଶାସନ ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରରୁ ୧୦ଟି ସ୍ଲୁଇସ୍ ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରେ ଜୁଲାଇ ୧୪ରେ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା। ଏବେ ପୁଣି ଜଳପ୍ରବାହ ବୃଦ୍ଧି ପାଇବାରୁ ୪ଟି ଗେଟ୍ ଖୋଲାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଉପରମୁଣ୍ଡ ଅଞ୍ଚଳରେ ଆହୁରି ବର୍ଷାର ସମ୍ଭାବନା ଥିବାରୁ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି। ପ୍ରଶାସନ ସମୟ ସମୟରେ ପରିସ୍ଥିତି ସମୀକ୍ଷା କରୁଥିବା ବେଳେ ନଦୀକୂଳବାସୀଙ୍କୁ ଅଫବାହରେ ବିଶ୍ୱାସ ନ କରି କେବଳ ସରକାରୀ ସୂଚନାକୁ ଅନୁସରଣ କରିବାକୁ ଅନୁରୋଧ କରିଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779