“ସୁଜାତାଙ୍କ ବିଜେଡିରେ ଯୋଗଦାନ, ଅନୁପସ୍ଥିତ ନେତାଙ୍କୁ ନେଇ ଚର୍ଚ୍ଚା”

Table of Content

ଦୀର୍ଘ ଦିନର କଳ୍ପନାଜଳ୍ପନା ପରେ ଶେଷରେ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ଦଳର ସଦସ୍ୟତା ଗ୍ରହଣ କରିଥିଲେ। ତେବେ ଏହି ଯୋଗଦାନ ଯେତିକି ଚର୍ଚ୍ଚା ସୃଷ୍ଟି କରିଛି, ସେତିକି ଦଳ ଭିତରେ ସମ୍ଭାବ୍ୟ ଅସନ୍ତୋଷକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।

ସୁଜାତା କାର୍ତ୍ତିକେୟନଙ୍କ ଭଳି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ଦଳୀୟ ଯୋଗଦାନ ସମୟରେ ବିଜେଡିର ଅନେକ ବରିଷ୍ଠ ଓ ପ୍ରଭାବଶାଳୀ ନେତାଙ୍କ ଅନୁପସ୍ଥିତି ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି। ବିଶେଷକରି ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ବିକ୍ରମ କେଶରୀ ଆରୁଖ, ଭୂପିନ୍ଦର ସିଂହ ଏବଂ ଅନ୍ୟ କିଛି ଟାଣୁଆ ନେତାଙ୍କ ଅନୁପସ୍ଥିତି ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

ରାଜନୈତିକ ବିଶ୍ଳେଷକଙ୍କ ମତରେ, ପ୍ରଶାସନିକ ପୃଷ୍ଠଭୂମିରୁ ଆସୁଥିବା ନେତୃତ୍ୱଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଦୀର୍ଘ ଦିନ ଧରି ସଂଗଠନ ପାଇଁ କାମ କରୁଥିବା କେତେକ ବରିଷ୍ଠ ନେତା ନିଜକୁ ଅବହେଳିତ ମନେ କରୁଥିବାର ଚର୍ଚ୍ଚା ହେଉଛି। ଯଦିଓ ଏହି ନେଇ ଦଳ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ମିଶନ ଶକ୍ତି ସହ ଜଡିତ ଥିବାରୁ ସୁଜାତା କାର୍ତ୍ତିକେୟନଙ୍କର ମହିଳା ବର୍ଗ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ତେଣୁ ଆଗାମୀ ଦିନରେ ମହିଳା ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜେଡି ତାଙ୍କୁ ଏକ ପ୍ରମୁଖ ମୁହଁ ଭାବେ ଉପସ୍ଥାପନ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ହେଭିୱେଟ୍ ନେତାଙ୍କ ଅନୁପସ୍ଥିତି କେବଳ ସଂଯୋଗ ନା ଦଳ ଭିତରେ ଥିବା କୌଣସି ଅନ୍ତର୍ନିହିତ ଅସନ୍ତୋଷର ସଙ୍କେତ? ସୁଜାତାଙ୍କ ଏଣ୍ଟ୍ରି ପରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି କେଉଁ ଦିଗକୁ ଗତି କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779