ଆଇପିଏଲ ୨୦୨୬ରେ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍ ସମୟରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ଡ୍ରେସିଂ ରୁମ୍ରେ ‘ଭେପିଂ’ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତରେ ଇ-ସିଗାରେଟ ସମ୍ପୂର୍ଣ୍ଣ ନିଷିଦ୍ଧ। ଏହି ନିୟମ ଅନୁଯାୟୀ, ଭେପିଂ କଲେ ଜୋରିମାନା ସହ ଜେଲ୍ ଦଣ୍ଡର ମଧ୍ୟ ପ୍ରାବଧାନ ରହିଛି। ଡ୍ରେସିଂ ରୁମ୍ ଭିତରେ ଧୂମପାନ କରିବା କ୍ରିକେଟ୍ ଆଚରଣ ବିଧିର ବିରୁଦ୍ଧ। ଏହି ଘଟଣା ପାଇଁ ବିସିସିଆଇ ପରାଗଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଚଳିତ ସିଜିନରେ ରିୟାନଙ୍କ ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଜଣେ ଅଧିନାୟକ ଭାବେ ଏଭଳି ଅଣ-ପେସାଦାର ବ୍ୟବହାର ଦଳର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି।

Total Users : 1000779