ରାଶିଫଳ

Table of Content

ମେଷ

ଆଜି ସ୍ୱାସ୍ଥ୍ୟରେ ସୁଧାର ଦେଖାଯିବ। କର୍ମକ୍ଷେତ୍ରରେ ଉତ୍ସାହଜନକ ପରିବେଶ ରହିବ ଏବଂ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିପାରେ। ଦୀର୍ଘଦିନ ଧରି ଅଟକି ରହିଥିବା ନିର୍ମାଣ କିମ୍ବା ବ୍ୟବସାୟିକ କାମ ଆଗକୁ ବଢ଼ିବ। ସମାଜିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ଆପଣଙ୍କ ପରାମର୍ଶ ପ୍ରଶଂସା ପାଇବ।
ଶୁଭ ରଙ୍ଗ: ଲାଲ
ଶୁଭ ସଂଖ୍ୟା: ୯
ପ୍ରତିକାର: ହନୁମାନ ଚାଳିଶା ପାଠ କରନ୍ତୁ।

ବୃଷ

ବନ୍ଧୁମିଳନ ଓ ଆନୁଷ୍ଠାନିକ କାର୍ଯ୍ୟରେ ଆନନ୍ଦ ମିଳିବ। ହଠାତ୍ ଦୂରଯାତ୍ରାର ସୁଯୋଗ ଆସିପାରେ। ତେବେ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ଯେଉଁ କାମ ଆଜି ଶେଷ କରିବାକୁ ଚାହୁଁଥିବେ, ତାହା କିଛି ସମୟ ପାଇଁ ଅଧୂରା ରହିପାରେ।
ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୬
ପ୍ରତିକାର: ମା’ କମଳାଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

ମିଥୁନ

କିଛି ବାଧା ସତ୍ତ୍ୱେ କାର୍ଯ୍ୟ ସମ୍ପନ୍ନ ହେବ। ବିରୋଧୀମାନେ ମିତ୍ରତାର ହାତ ବଢ଼ାଇପାରନ୍ତି। ଆଇନଗତ ବିଷୟରେ ସକାରାତ୍ମକ ଫଳ ମିଳିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
ଶୁଭ ରଙ୍ଗ: ସବୁଜ
ଶୁଭ ସଂଖ୍ୟା: ୫
ପ୍ରତିକାର: ତ୍ରିପୁରା ସୁନ୍ଦରୀଙ୍କ ଆରାଧନା କରନ୍ତୁ।

କର୍କଟ

ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବା ଆବଶ୍ୟକ। ପ୍ରଶାସନ, ଆଇନ, ବ୍ୟବସାୟ ଓ ରପ୍ତାନି କ୍ଷେତ୍ରରେ ଲାଭ ମିଳିପାରେ। ସାମାଜିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସା ଅର୍ଜନ କରିବେ।
ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୨
ପ୍ରତିକାର: ମା’ ଭୁବନେଶ୍ୱରୀଙ୍କ ପୂଜା କରନ୍ତୁ।

ସିଂହ

କର୍ମକ୍ଷେତ୍ରରେ ସହଯୋଗୀଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ନୂଆ ସମ୍ପର୍କ ଓ ଯୋଜନା ଭବିଷ୍ୟତ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଶିକ୍ଷାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇପାରନ୍ତି।
ଶୁଭ ରଙ୍ଗ: ନାରଙ୍ଗୀ
ଶୁଭ ସଂଖ୍ୟା: ୧
ପ୍ରତିକାର: ମାତଙ୍ଗୀଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

କନ୍ୟା

ମାନସିକ ଚିନ୍ତା ବଢ଼ିପାରେ, କିନ୍ତୁ ବନ୍ଧୁଙ୍କ ସହଯୋଗରେ ସମସ୍ୟାର ସମାଧାନ ହେବ। ଜମିଜମା, ଚୁକ୍ତିପତ୍ର ଓ ଆଇନଗତ ବିଷୟରେ ଲାଭ ମିଳିବ। ଭ୍ରମଣ ସୁଯୋଗ ଥିଲେ ମଧ୍ୟ ତାହାକୁ ଏଡ଼ାଇ ପାରନ୍ତି।
ଶୁଭ ରଙ୍ଗ: ସବୁଜ
ଶୁଭ ସଂଖ୍ୟା: ୫
ପ୍ରତିକାର: ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ଜପ କରନ୍ତୁ।

ତୁଳା

ନୂତନ କାର୍ଯ୍ୟରେ ବ୍ୟସ୍ତତା ବଢ଼ିବ। ବ୍ୟବସାୟରେ ଆଂଶିକ ସଫଳତା ମିଳିପାରେ। ଧୈର୍ଯ୍ୟ ହରାଇବା ଭଳି ପରିସ୍ଥିତି ଆସିପାରେ, ତେଣୁ ସଂଯମ ରଖନ୍ତୁ। ହରାଇଥିବା ବସ୍ତୁ କିମ୍ବା ତଥ୍ୟ ବିଳମ୍ବରେ ମିଳିବ।
ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୬
ପ୍ରତିକାର: ପରଶୁରାମଙ୍କ ପୂଜା କରନ୍ତୁ।

ବିଛା

କର୍ମକ୍ଷେତ୍ରରେ ଗୁପ୍ତ ବିରୋଧୀଙ୍କ କାରଣରୁ କିଛି ସମସ୍ୟା ଦେଖାଦେଇପାରେ। ପାରିବାରିକ ଖର୍ଚ୍ଚ ବୃଦ୍ଧି ପାଇବ। ତେବେ ଆପଣଙ୍କ ଯୋଗାଯୋଗ କୌଶଳ ଓ ଧୈର୍ଯ୍ୟ ଅନେକ ସମସ୍ୟାର ସମାଧାନ କରିବ।
ଶୁଭ ରଙ୍ଗ: ଲାଲ
ଶୁଭ ସଂଖ୍ୟା: ୯
ପ୍ରତିକାର: ନୃସିଂହଦେବଙ୍କ ଆରାଧନା କରନ୍ତୁ।

ଧନୁ

ପାରିବାରିକ ଚିନ୍ତା ମନକୁ ବିଚଳିତ କରିପାରେ। ମଧୁର ବ୍ୟବହାର ଓ କଥାବାର୍ତ୍ତା ଦ୍ୱାରା ନିଜ କାମ ସଫଳ କରିବେ। ମୂଲ୍ୟବାନ ବସ୍ତୁ କ୍ରୟ ପାଇଁ ଅର୍ଥ ଆବଶ୍ୟକ ହୋଇପାରେ।
ଶୁଭ ରଙ୍ଗ: ହଳଦିଆ
ଶୁଭ ସଂଖ୍ୟା: ୩
ପ୍ରତିକାର: ମା’ ତାରାଙ୍କ ପୂଜା କରନ୍ତୁ।

ମକର

ଦୀର୍ଘଦିନର ଯୋଜନା ଆଜି ବାସ୍ତବ ରୂପ ନେଇପାରେ। ବନ୍ଧୁମାନଙ୍କ ସହ ସମୟ ଆନନ୍ଦମୟ ରହିବ। କଳା, ସାହିତ୍ୟ ଓ ସୃଜନଶୀଳ କାର୍ଯ୍ୟରେ ଅଗ୍ରଗତି ଘଟିବ।
ଶୁଭ ରଙ୍ଗ: ନୀଳ
ଶୁଭ ସଂଖ୍ୟା: ୮
ପ୍ରତିକାର: ମା’ ଶାରଳାଙ୍କ ଆରାଧନା କରନ୍ତୁ।

କୁମ୍ଭ

ଆପଣଙ୍କ ସକାରାତ୍ମକ ବ୍ୟବହାର ପାଇଁ ଚାରିପାଖରେ ଖୁସିର ପରିବେଶ ସୃଷ୍ଟି ହେବ। ବ୍ୟବସାୟରେ ଖର୍ଚ୍ଚ ବଢ଼ିପାରେ, କିନ୍ତୁ ସାମାଜିକ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ପ୍ରେମ ସମ୍ପର୍କରେ ଶୁଭ ସଙ୍କେତ ମିଳିବ।
ଶୁଭ ରଙ୍ଗ: ନୀଳ
ଶୁଭ ସଂଖ୍ୟା: ୮
ପ୍ରତିକାର: ନୀଳ ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ।

ମୀନ

ପଡ଼ୋଶୀ କିମ୍ବା ପରିଚିତଙ୍କ ଠାରୁ କୌଣସି ଖବର ଶୁଣି ଆଶ୍ଚର୍ଯ୍ୟଚକିତ ହୋଇପାରନ୍ତି। ସରକାରୀ କାର୍ଯ୍ୟ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଲାଭ ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ମାନସିକ ଚାପ ହ୍ରାସ ପାଇବ।
ଶୁଭ ରଙ୍ଗ: ହଳଦିଆ
ଶୁଭ ସଂଖ୍ୟା: ୩
ପ୍ରତିକାର: ଭଗବାନ ବିଷ୍ଣୁଙ୍କ ପୂଜା ଓ ନାମସ୍ମରଣ କରନ୍ତୁ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779