ମହାପ୍ରଭୁଙ୍କ ଦର୍ଶନ ପାଇଁ ସହାୟତାର ହାତ ବଢ଼ାଇଲେ ସ୍ବେଚ୍ଛାସେବୀ

Table of Content

ପୁରୀ:
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦର୍ଶନକୁ ସହଜ, ସୁରକ୍ଷିତ ଓ ସୁବିଧାଜନକ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହ୍ୱିଲଚେୟାର, ସ୍ୱତନ୍ତ୍ର ପ୍ରବେଶ ପଥ, ସମର୍ପିତ ସ୍ୱେଚ୍ଛାସେବୀ ଏବଂ ପ୍ରଶାସନିକ କର୍ମଚାରୀଙ୍କ ସହଯୋଗ ଯୋଗୁଁ ବୟସ କିମ୍ବା ଶାରୀରିକ ଅକ୍ଷମତା ଆଉ ମହାପ୍ରଭୁଙ୍କ ଦର୍ଶନରେ ବାଧା ସାଜିନାହିଁ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦିବ୍ୟାଙ୍ଗ ଓ ବୃଦ୍ଧ ଭକ୍ତମାନଙ୍କୁ ହ୍ୱିଲଚେୟାରରେ ମନ୍ଦିର ନିକଟକୁ ନେଇ ନିର୍ବିଘ୍ନରେ ଦର୍ଶନ କରାଇବାରେ ସ୍ୱେଚ୍ଛାସେବୀମାନେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି।

ବିଭିନ୍ନ ସେବା ସଂଗଠନର ପ୍ରାୟ ୨୫ରୁ ୩୦ ଜଣ ସ୍ୱେଚ୍ଛାସେବୀ ଏହି ସେବାରେ ନିୟୋଜିତ ଥିବାବେଳେ ପ୍ରଶାସନିକ ଅଧିକାରୀମାନେ ସମନ୍ୱୟ ରକ୍ଷା କରି ସମସ୍ତ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରୁଛନ୍ତି। ରଥଯାତ୍ରା ଦିନ ବଳଗଣ୍ଡି ହାଇସ୍କୁଲ ପରିସରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ କେନ୍ଦ୍ର ସ୍ଥାପନ କରାଯାଇଥିଲା, ଯେଉଁଠାରେ ୩୦୦ରୁ ଅଧିକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ବସିବା, ପାନୀୟ ଜଳ ଓ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା।

ଏହି ମାନବିକ ପଦକ୍ଷେପ ପାଇଁ ପ୍ରାୟ ୯ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି। ପ୍ରଥମ ଥର ପାଇଁ କରାଯାଇଥିବା ଏହି ବ୍ୟବସ୍ଥାକୁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଅନେକ ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ଭାବବିହ୍ୱଳ ହୋଇପଡ଼ିଥିବା ବେଳେ, ଏହି ପଦକ୍ଷେପ ‘ମହାପ୍ରଭୁଙ୍କ ପାଖରେ ସମସ୍ତେ ସମାନ’ ବାର୍ତ୍ତାକୁ ବାସ୍ତବ ରୂପ ଦେଇଛି। ଭକ୍ତିର ପଥରେ ବୟସ କିମ୍ବା ଶାରୀରିକ ସମସ୍ୟା କେବେ ବି ପ୍ରତିବନ୍ଧକ ହୋଇପାରେନାହିଁ ବୋଲି ଏହି ଅଭିନବ ବ୍ୟବସ୍ଥା ପୁଣିଥରେ ପ୍ରମାଣ କରିଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779