ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଏକାଧିକ ସ୍ଥାନରେ ରେଡ୍

Table of Content

ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜାଲରେ ଫସିଛନ୍ତି କୋରାପୁଟ ITDAର ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଭୁବନେଶ୍ୱରସ୍ଥିତ Odisha Construction Corporation (OCC) Limitedର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସ୍‌ପଟ୍ଟା। ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ଟିମ୍ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରି ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତଦନ୍ତ ଆରମ୍ଭ କରିଛି। ଏହି ଚଢ଼ାଉରେ ୬ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର ଓ ୭ ଜଣ ଏଏସ୍‌ଆଇଙ୍କ ସମେତ ବୃହତ୍ ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି।

ଭିଜିଲାନ୍ସ ପକ୍ଷରୁ କୋରାପୁଟ ଟିକ୍ରାସାହିରେ ଥିବା ଭଡ଼ା ଘର, କୋରାପୁଟ ସହରର ଚାରି ମହଲା ବିଶିଷ୍ଟ କମର୍ସିଆଲ୍ ବିଲ୍ଡିଂ, ନିର୍ମାଣାଧୀନ ଆବାସିକ ଘର, ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳରେ ଥିବା ପୈତୃକ ଘର ଏବଂ ତିନି ମହଲା କୋଠା ସହିତ ଭୁବନେଶ୍ୱର ଓ ବଲାଙ୍ଗୀରରେ ଥିବା ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ତଲାସି ଜାରି ରହିଛି। ପ୍ରାୟ ଦୁଇ କୋଟି ଟଙ୍କା ମୂଲ୍ୟର ହୋଟେଲ ଓ ଭଡ଼ାଘର ସମ୍ପର୍କିତ ଦସ୍ତାବିଜ ମଧ୍ୟ ଭିଜିଲାନ୍ସ ଯାଞ୍ଚ ପରିସରକୁ ଆସିଛି।

ତଦନ୍ତକାରୀ ଅଧିକାରୀମାନେ ସଞ୍ଜୟ କିସ୍‌ପଟ୍ଟାଙ୍କ ସମ୍ପତ୍ତିର ଉତ୍ସ, ଆର୍ଥିକ କାରବାର, ବ୍ୟାଙ୍କ ଦସ୍ତାବିଜ, ଜମିଜମା ଓ ଅନ୍ୟାନ୍ୟ ସ୍ଥାବର-ଅସ୍ଥାବର ସମ୍ପତ୍ତିର ହିସାବକୁ ଖୁବ୍ ସୂକ୍ଷ୍ମ ଭାବେ ଯାଞ୍ଚ କରୁଛନ୍ତି। ଆୟଠାରୁ ଅଧିକ ସମ୍ପତ୍ତି ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଓ ଆୟର ଉତ୍ସ ନେଇ ମଧ୍ୟ ତଦନ୍ତ ଚାଲିଛି।

ଖବର ଲେଖାଯିବା ସୁଦ୍ଧା ଭିଜିଲାନ୍ସର ଚଢ଼ାଉ ଅଭିଯାନ ଜାରି ରହିଥିବା ବେଳେ ଜବତ ହୋଇଥିବା ସମ୍ପତ୍ତି, ନଗଦ ଅର୍ଥ, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ସମ୍ପର୍କରେ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ପ୍ରକାଶ କରାଯାଇନାହିଁ। ଚଢ଼ାଉ ପ୍ରକ୍ରିୟା ଶେଷ ହେବା ପରେ ତଦନ୍ତର ସମ୍ପୂର୍ଣ୍ଣ ବିବରଣୀ ଓ ଜବତ ସମ୍ପତ୍ତିର ତଥ୍ୟ ଗଣମାଧ୍ୟମକୁ ଜଣାଇବ ବୋଲି ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779