ଭକ୍ତିମୟ ପରିବେଶରେ ପାଳିତ ହେଲା ମାଆ ଚଣ୍ଡିକାଙ୍କ ବାର୍ଷିକ ଉତ୍ସବ

Table of Content

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତ ଅଧିନସ୍ଥ ପାଟପୁର ଗ୍ରାମରେ ବିଜେ ମା ଚଣ୍ଡିକା ଦେବୀଙ୍କ ମନ୍ଦିର ର ବାର୍ଷିକ ଉତ୍ସବ ଶିଆଣ୍ଡି ପଞ୍ଚୁପଡ଼ା ର ବରିଷ୍ଠ ନାଗରିକ ଙ୍କ ସହଯୋଗରେ ତା – ୦୬/୦୭/୨୦୨୬ ରିଖ ଠାରୁ ତା – ୧୦/୦୭/୨୦୨୬ ରିଖ ପଯ୍ୟନ୍ତ ୨୪ ପ୍ରହର ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଉକ୍ତ ଦିନ ପ୍ରାତଃ ସମୟରେ ଗ୍ରାମ୍ୟ ପୁଷ୍କରିଣୀ ରୁ ଶତାଧିକ ମହିଳା ମାନେ କଳସ ଯାତ୍ରା ରେ ସାମିଲ ହୋଇଥିଲେ |

ମୁଖ୍ୟ ପଣ୍ଡିତ ଙ୍କ ଦ୍ଵାରା ଯଥା ବିଧି ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଅହରହ ନାମ ସଙ୍କୀର୍ତ୍ତନ ପ୍ରତେହ ୫ ହଜାର ରୁ ଉର୍ଦ୍ଧ୍ୱ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା କରାଯିବା ସହିତ ଗ୍ରାମର ପ୍ରତେକ ଦ୍ଵାରରେ ପୂର୍ଣ୍ଣ କୁମ୍ଭ ସ୍ଥାପନ କରାଯାଇଥିଲା । ଏହିଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିବା ଦ୍ୱାରା ଗ୍ରାମର ମଙ୍ଗଳ ହେବା ସଂଘେ ସଂଘେ ମଣିଷ ମାନଙ୍କ ହୃଦୟରେ ଏକ ସକାରାତ୍ମକ ମନ ଭାବ ସୃଷ୍ଟି ହେଉଛି ବୋଲି କିଛି ବିଦ୍ୱାନ ବ୍ୟକ୍ତି ମାନେ ମତବ୍ୟକ୍ତ କରିଛନ୍ତି ।

ଏବଂ ସଭାପତି ରାମଚନ୍ଦ୍ର ନାୟକ, ସମ୍ପାଦକ ବାସୁଦେବ ବିଶ୍ଵାଳ, କୋଷାଧ୍ୟକ୍ଷ ମହେଶ୍ୱର ତରେଇ ଙ୍କ ନେତୃତ୍ୱରେ ଏବଂ ବରିଷ୍ଠ ସଦସ୍ୟ ଯୋଗେନ୍ଦ୍ର ପଳେଇ, ମଧୁସୁଦନ ସାହୁ, ପ୍ରାଣନାଥ ବିଶ୍ଵାଳ, ବାବୁଲି ନାୟକ ଙ୍କ ସହିତ ସିଆଣ୍ଡି ପଞ୍ଚୁପଡ଼ା ଙ୍କ ପୂର୍ଣ୍ଣ ସହଯୋଗରେ ମାଆଙ୍କ ମନ୍ଦିରର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ସୁଚାୁରୂପେ ସଂପାଦନ ହୋଇଥିଲା ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779