ବିକାଶ କାର୍ଯ୍ୟରେ ମନ୍ଥରତାକୁ ନେଇ ସାଂସଦଙ୍କ ଅସନ୍ତୋଷ

Table of Content

ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ମନିଟରିଂ କମିଟି (ଦିଶା) ବୈଠକରେ ବିକାଶ କାର୍ଯ୍ୟର ବାସ୍ତବ ଚିତ୍ରକୁ ନେଇ ତୀବ୍ର ଆଲୋଚନା ହୋଇଛି।

ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ, ଝରୀଗାଁ ବିଧାୟକ ନରସିଂହ ଭତରା, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା, ଅଗ୍ରଗତି ଓ ଜିଲ୍ଲାରେ ଚାଲିଥିବା ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ତେବେ ସମୀକ୍ଷା ସମୟରେ ଅନେକ ବିଭାଗୀୟ ଅଧିକାରୀ ସଠିକ୍ ତଥ୍ୟ ଉପସ୍ଥାପନ କରିବାରେ ବିଫଳ ହେବା ସହ ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ସାଂସଦ ବଳଭଦ୍ର ମାଝୀ ଅସନ୍ତୋଷ ପ୍ରକାଶ କରିଥିଲେ।

ସେ କହିଥିଲେ, କେବଳ କାଗଜପତ୍ରରେ ବିକାଶର ତଥ୍ୟ ଦେଖାଇଲେ ହେବ ନାହିଁ, ବରଂ ସେହି ବିକାଶର ପ୍ରତିଫଳନ ମାଟିସ୍ତରରେ ସାଧାରଣ ଲୋକଙ୍କ ଜୀବନରେ ଦେଖିବାକୁ ମିଳିବା ଦରକାର। ପଛୁଆ ଜିଲ୍ଲା ଭାବେ ପରିଚିତ ନବରଙ୍ଗପୁରରେ ବିକାଶ କାର୍ଯ୍ୟରେ କୌଣସି ପ୍ରକାର ଅବହେଳା ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ଜୟପୁର–ନବରଙ୍ଗପୁର ରେଳ ପ୍ରକଳ୍ପ, ଜଳସେଚନ ବ୍ୟବସ୍ଥା, ଭାରତମାଳା ପ୍ରକଳ୍ପ, ବାଇପାସ ରାସ୍ତା, ବ୍ୟାଙ୍କିଙ୍ଗ ଓ ଡାକଘର ସେବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସରକାରୀ ଯୋଜନାର ସୁବିଧା ଶେଷ ଧାଡ଼ିର ଲୋକଙ୍କ ପାଖରେ ସଠିକ୍ ସମୟରେ ପହଞ୍ଚାଇବାକୁ ଗୁରୁତ୍ୱ ଦେଇଥିଲେ। ବୈଠକରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିକୁ ନେଇ ବିସ୍ତୃତ ଆଲୋଚନା ସହ ଦାୟିତ୍ୱବାନ ଓ ସ୍ୱଚ୍ଛ ପ୍ରଶାସନିକ କାର୍ଯ୍ୟଶୈଳୀ ଉପରେ ମଧ୍ୟ ଜୋର ଦିଆଯାଇଥିଲା।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779