ବାରିପଦାରେ ଜଙ୍ଗଲ ଜମି ଅଧିକାର ବଣ୍ଟନ, ୭୬ ହିତାଧିକାରୀଙ୍କୁ ପଟ୍ଟା ଓ ଶିରୋନାମା ପ୍ରଦାନ

Table of Content

ମୟୂରଭଞ୍ଜ ଜିଲ୍ଲା ବାରିପଦା ତହସିଲ ପକ୍ଷରୁ ରଘୁନାଥପୁର ଲେପ୍ରୋସି କଲୋନୀଠାରେ ଜଙ୍ଗଲ ଜମି ଅଧିକାର ପ୍ରଦାନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଅବସରରେ ୨୭ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ୪୯ ଜଣଙ୍କୁ ଜଙ୍ଗଲ ଜମିର ଶିରୋନାମା (Forest Rights Title) ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ପଟ୍ଟା ଓ ଶିରୋନାମା ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାରମାନଙ୍କୁ ବୈଧ ଜମି ଅଧିକାର ପ୍ରଦାନ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ଏବଂ ଏହା ସେମାନଙ୍କ ସାମାଜିକ ସୁରକ୍ଷା, ଆର୍ଥିକ ସଶକ୍ତିକରଣ ଓ ଜୀବନଜୀବିକାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।

କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ତହସିଲଦାର ସପନ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ମନ୍ତ୍ରୀ ଓ ବିଧାୟକ କେତେକ ହିତାଧିକାରୀଙ୍କ ଘରକୁ ଯାଇ ସେମାନଙ୍କ ହାତରେ ପଟ୍ଟା ଓ ଶିରୋନାମା ପ୍ରଦାନ କରିବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ।

ଜଙ୍ଗଲ ଜମି ଅଧିକାର ପ୍ରଦାନ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ବୈଧ ସ୍ୱୀକୃତି ମିଳିବା ସହ ସେମାନଙ୍କ ଆର୍ଥିକ ସୁରକ୍ଷା, ସାମାଜିକ ସମ୍ମାନ ଏବଂ ସରକାରୀ କଲ୍ୟାଣମୂଳକ ଯୋଜନାର ସୁବିଧା ପାଇବାର ସୁଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779