ପୁଣି ଦବଙ୍ଗ ଦେଖାଇଲେ ପାଟଣାଗଡ ବ୍ଲକ୍ ଅଧକ୍ଷ। ବଲାଙ୍ଗୀର ପାଟଣାଗଡ ବ୍ଲକ ଅଧକ୍ଷ ନୀଳକାନ୍ତ ବାଗଙ୍କ ଦବଙ୍ଗ ଗିରି ନେଇ ପୂର୍ବରୁ ଅଭିଯୋଗ ହୋଇଛି । ପାଟଣାଗଡ ବ୍ଲକରେ ଜଣେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବେଶ୍ ଚର୍ଚ୍ଚା ରେ ଥିଲେ ଅଧ୍ୟକ୍ଷ ନୀଳକାନ୍ତ। ଘଟଣାକୁ ନେଇ ଜେଲ ମଧ୍ୟ ଯାଇଥିଲେ ବ୍ଲକ୍ ଅଧକ୍ଷ । ଆଜି ବ୍ଲକ୍ କାର୍ଯ୍ୟାଳୟରେ ଜରୁରୀ କାଗଜ ପତ୍ର ସବୁ ଚିରି ଦେଇଥିବା ଅଭିଯୋଗ ହୋଇଛି। ବଡ ବାବୁ କାଗଜ ପତ୍ର କାମ କରୁଥିବାବେଳେ ବ୍ଲକ୍ ଅଧକ୍ଷ ନୀଳକାନ୍ତ ବାଗ ରାଗି ଯାଇ ଫାଇଲ ଚିରିଦେଇଥିଲେ ।
ଏକ ଚାରି ଲକ୍ଷ ଟଙ୍କାର କାମ କୁ କାହିଁକି ବିଜେପି କର୍ମୀ ମାନଙ୍କୁ ଦେଇ ବିଲ କରୁଛ କହି ରାଗିଯାଇ ଫାଇଲ୍ ଚିରିଥିବା ଅଭିଯୋଗ ହୋଇଛି। ଏହି ଅପ୍ରିତିକର ଘଟଣା ତଥା ସରକାରୀ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଚିରିଦେବା ନେଇ ପାଟଣାଗଡ ଥାନାରେ ଅଭିଯୋଗ ହୋଇଛି। ପୋଲିସ କାର୍ଯ୍ୟାଳୟରେ ପହଞ୍ଚି ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତ କରୁଛି। ଏପଟେ ଏମିତି ଏକ ଅପ୍ରୀତିକର ଘଟଣାକୁ ନେଇ ନିନ୍ଦା କରିବା ସହ ପୋଲିସ କୁ ସବୁ ତଥ୍ୟ ଆମେ ଦେଇଛୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ପାଟଣାଗଡ଼ ବିଡିଓ।
