ପାରାଦୀପ ଓ ଗୋପାଳପୁରରେ ବିକାଶର ନୂଆ ଅଧ୍ୟାୟ, ଜାପାନୀ ସଂସ୍ଥା ସହ ଚୁକ୍ତି

Table of Content

ଜାପାନୀ ସଂସ୍ଥା ସହ ଓଡ଼ିଶାର ଐତିହାସିକ ଚୁକ୍ତି: ୬୭ ହଜାର କୋଟିର ପୁଞ୍ଜିନିବେଶ, ପାରାଦୀପ-ଗୋପାଳପୁରରେ ୩ ମେଗା ପ୍ରକଳ୍ପ**

ଭୁବନେଶ୍ୱର: ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଓଡ଼ିଶା ଏକ ବଡ଼ ସଫଳତା ହାସଲ କରିଛି। ଜାପାନର ACME Group ଓ IHI Corporation ସହିତ ଓଡ଼ିଶା ସରକାର Memorandum of Cooperation (MoC) ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁସାରେ ରାଜ୍ୟରେ ୬୭ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୭,୬୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ।

ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପ୍ରଯୁକ୍ତି, ନବସୃଜନ ଓ ସବୁଜ ଅର୍ଥନୀତିକୁ ଆଧାର କରି ଓଡ଼ିଶାକୁ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ଭାବେ ବିକଶିତ କରାଯିବ।

ଏହି ଚୁକ୍ତି ଅନୁଯାୟୀ ଗୋପାଳପୁରରେ ୨୦ ହଜାର କୋଟି ଟଙ୍କା ବିନିଯୋଗରେ ଗ୍ରୀନ୍ ଆମୋନିଆ ପ୍ରକଳ୍ପ, ପାରାଦୀପରେ ୩୪ ହଜାର କୋଟି ଟଙ୍କାର ଗ୍ରୀନ୍ ଆମୋନିଆ ପ୍ରକଳ୍ପ ଏବଂ ୧୨ ହଜାର କୋଟି ଟଙ୍କା ବିନିଯୋଗରେ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ ସ୍ଥାପନ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସହଯୋଗ ମାଧ୍ୟମରେ ଓଡ଼ିଶାରେ ଆଧୁନିକ ପ୍ରଯୁକ୍ତି, ସ୍ୱଚ୍ଛ ଶକ୍ତି, ଟେକ୍ନୋଲୋଜି ଟ୍ରାନ୍ସଫର ଓ ପରିବେଶ ଅନୁକୂଳ ଶିଳ୍ପାୟନକୁ ନୂଆ ଗତି ମିଳିବ। ଏହା ସହିତ ରାଜ୍ୟର ଶିଳ୍ପ, ଅର୍ଥନୀତି ଓ ରୋଜଗାର କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779