ଦୁଇ ବର୍ଷର ସଫଳତା, ସାରସକଣାରେ ଜନ କଲ୍ୟାଣ ଶିବିର

Table of Content

ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ବଡ଼ଚାଟରା ଖେଳ ପଡ଼ିଆ, ଧାନଘେରୀ ଠାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ଉପଲକ୍ଷେ ରାଜ୍ୟବ୍ୟାପୀ **’ଜନ କଲ୍ୟାଣ ଶିବିର’** ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ ପଦକ୍ଷେପ ଓ ନାଗରିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା। କାର୍ଯ୍ୟକ୍ରମରେ ସାରସକଣା ବିଧାୟକ ଭାଦବ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କୁ ମିଳୁଥିବା ସୁବିଧା ଓ ରାଜ୍ୟର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

ଏହି ଅବସରରେ ବିଧାୟକ ଭାଦବ ହାଁସଦା ଧାନଘେରୀସ୍ଥିତ କୁଡୁମୀ ଭବନର ଶୁଭ ଉଦ୍ଘାଟନ କରିଥିଲେ। ସେ କହିଥିଲେ ଯେ, କୁଡୁମୀ ସମାଜର ସମୃଦ୍ଧ ପରମ୍ପରା, ସଂସ୍କୃତି ଓ ସାମାଜିକ ଏକତାକୁ ଆହୁରି ସୁଦୃଢ଼ କରିବାରେ ଏହି ଭବନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେହିପରି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାରୀ ଯୋଜନା ସହ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଓ ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ଅଧିକାରୀ ସୁମନ ରାଜା ମହାନ୍ତି, ଅତିରିକ୍ତ ବିଡିଓ ଦେବାଶିଷ ସାହୁ, ସରପଞ୍ଚ ମାଳତୀ ସିଂ, ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି, ସମାଜସେବୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଉପସ୍ଥିତ ଥିଲେ। ସରକାରଙ୍କ ଯୋଜନାର ସଫଳ ରୂପାୟନ, ହିତାଧିକାରୀମାନଙ୍କୁ ମିଳୁଥିବା ସୁବିଧା ଏବଂ ଜନସହଭାଗିତା ମାଧ୍ୟମରେ ବିକାଶର ଧାରାକୁ ଆହୁରି ଗତିଶୀଳ କରିବା ଉପରେ ଏହି ଶିବିରରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କୁ ସିଧାସଳଖ ସରକାରୀ ସେବା ସହ ଯୋଡ଼ିବା ଦିଗରେ ଏହି ଜନ କଲ୍ୟାଣ ଶିବିର ଏକ ପ୍ରଭାବଶାଳୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779