କେଭି ସିଂହଦେଓଙ୍କ ଗସ୍ତ ପୂର୍ବରୁ ଚାଷୀଙ୍କୁ ଉଠାଇନେଲା ପୁଲିସ

Table of Content

ବରଗଡ଼: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବରଗଡ଼ ଗସ୍ତକୁ ନେଇ ରବିବାର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଧାନ କ୍ରୟରେ ଅବ୍ୟବସ୍ଥା ଏବଂ ବିଭିନ୍ନ କୃଷକ ସମସ୍ୟାର ପ୍ରତିବାଦରେ କିଛି ଚାଷୀ ଉପମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ପାଇଁ ପ୍ରସ୍ତୁତି କରୁଥିବାବେଳେ ପୁଲିସ ପୂର୍ବରୁ କେତେକ ଚାଷୀଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଛି।

ପରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ବରଗଡ଼ ଗାନ୍ଧୀ ଛକରେ ଏକାଠି ହୋଇଥିବା ଚାଷୀମାନେ ‘ଗୋ-ବ୍ୟାକ୍’ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାନ କ୍ରୟ ବ୍ୟବସ୍ଥାରେ ଅନିୟମିତତା, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ବିଭିନ୍ନ ଦାବି ପୂରଣ ନହେବାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ କିଛି ବିକ୍ଷୋଭକାରୀ ଚାଷୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ବରଗଡ଼ର ରାଜନୈତିକ ଓ କୃଷି ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଚାଷୀମାନେ ସେମାନଙ୍କ ସମସ୍ୟାର ଶୀଘ୍ର ସମାଧାନ ଦାବି କରିଛନ୍ତି। ତେବେ ଘଟଣା ସମ୍ପର୍କରେ ପ୍ରଶାସନ ପକ୍ଷରୁ ଔପଚାରିକ ପ୍ରତିକ୍ରିୟା ଆସିବା ଅପେକ୍ଷାରେ ରହିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779