ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ, ଉଦ୍ଘାଟନ ହେବ ଇଥାନଲ୍ ପ୍ଲାଣ୍ଟ

Table of Content

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଜୁଲାଇ ୪ ଓ ୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ବରଗଡ଼, ସମ୍ବଲପୁର ଏବଂ କଟକ ଜିଲ୍ଲାର ବଡ଼ମ୍ବାରେ ବିଭିନ୍ନ ସରକାରୀ ଓ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ। ଗସ୍ତର ପ୍ରମୁଖ ଆକର୍ଷଣ ହେଉଛି ବରଗଡ଼ ଜିଲ୍ଲାର ବଉଳସିଂହାଠାରେ ପ୍ରାୟ ୧୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଥାନଲ୍ ପ୍ଲାଣ୍ଟର ଲୋକାର୍ପଣ, ଯାହା ପଶ୍ଚିମ ଓଡ଼ିଶାର ଶିଳ୍ପ ଓ କୃଷିଭିତ୍ତିକ ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।

ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ଅମିତ ଶାହ ସିଧାସଳଖ ବରଗଡ଼ ଯାଇ ଇଥାନଲ୍ ପ୍ଲାଣ୍ଟର ଉଦ୍ଘାଟନ କରିବେ। ପରେ ସେ ସମ୍ବଲପୁର ଗସ୍ତ କରି ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ଗ୍ରେଟର ରିଂ ରୋଡ୍ ପ୍ରକଳ୍ପ, ରିଂ ରୋଡ୍‌ର ସୌନ୍ଦର୍ଯ୍ୟକରଣ ଏବଂ ମାନେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ ଭଳି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ସେହିଦିନ ଏକ ସାଧାରଣ ସଭାକୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷର ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିବେ।

ଗସ୍ତର ଦ୍ୱିତୀୟ ଦିନରେ କଟକ ଜିଲ୍ଲାର ବଡ଼ମ୍ବାରେ ମଧ୍ୟ ଅମିତ ଶାହଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ନେଇ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଏହି ଗସ୍ତ କେବଳ ବିକାଶମୂଳକ ପ୍ରକଳ୍ପକୁ ଗତି ଦେବ ନୁହେଁ, ବରଂ ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳର ଶିଳ୍ପ, ପାଇପାରିକ ଭିତ୍ତିଭୂମି ଏବଂ ସାର୍ବିକ ବିକାଶକୁ ନୂଆ ଦିଗ ଦେବ। ସେହିସହ ଏହି ଗସ୍ତକୁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି, କାରଣ ଏହା ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ କର୍ମୀମାନଙ୍କ ମନୋବଳ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779