ଶରୀରରେ ଉଚ୍ଚତା ଏବଂ ଓଜନ ଏକ ଶକ୍ତିଶାଳୀ ସମ୍ପକ ବହନ କରେ । ଯେତେବେଳେ ଉଭୟଙ୍କ ମଧ୍ୟରେ ସନ୍ତୁଳନ ବିଗିଡ଼ି ଯାଏ ତାହା ଶରୀରରେ ଦେଖାଦେଇଥାଏ । ହରମୋନରେ ସାମାନ୍ୟ ଅସମାନତା ଦେଖା ଦେଲେ ଆମ ଶରୀରର ଓଜନ ବଢ଼ିବା କିମ୍ୱା କମିବାର ଲକ୍ଷ୍ୟ କରିଥିବେ । ମାତ୍ର ଏକ ନିର୍ଦ୍ଦିଷ୍ଟ ଇଚ୍ଚତା ପାଇଁ ଏକ ସୁସ୍ଥ ଓଜନ ପରିସର ଜାଣିବା ଉଚିତ । ଏହା ଜାଣିବା ପାଇଁ ବିଜ୍ଞାନ ଏକ ଉପଯୁକ୍ତ ଉପାୟ ପ୍ରଦାନ କରେ ।
ଏଯାବତ୍ କୌଣସ ଏକକ ସଂପୂର୍ଣ୍ଣ ସଂଖ୍ୟା ନାହିଁ । ମାତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହା ବଦଳରେ ଏକ ପରିସର ବ୍ୟବହାର କରନ୍ତି । ଏହି ପରିସର ବଡି ମାସ ଇଣ୍ଡେକ୍ସ ବା BMI ରୁ ଆସିଥାଏ, ଯାହା ଓଜନକୁ ଉଚ୍ଚତା ସହିତ ତୁଳନା କରିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୧୮.୫ ଏବଂ ୨୪.୯ ମଧ୍ୟରେ BMI ଦୀର୍ଘକାଳୀନ ରୋଗର ସର୍ବନିମ୍ନ ବିପଦ ସହିତ ଜଡିତ । ଏହି ପରିସର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟର ପ୍ରତିଶ୍ରୁତି ଦିଏ ନାହିଁ, କିନ୍ତୁ ଏହା ହୃଦରୋଗ ଏବଂ ଟାଇପ୍ ୨ ମଧୁମେହ ଭଳି ସମସ୍ୟାର ସମ୍ଭାବନାକୁ ହ୍ରାସ କରେ ।
ଉଚ୍ଚତା ହିସାବରେ ଶରୀରର ଓଜନ କଣ ରହିବା ଉଚିତ୍ ;
୫’’୦’’ (୧୫୨ସେମି): ୪୩-୫୭କେଜି
୫’’୨’’(୧୫୭ସେମି):୪୬-୬୦କେଜି
୫’’୪’’ (୧୬୩ସେମି):୪୯-୬୪କେଜି
୫’’୬’’(୧୬୮ସେମି) : ୫୨-୬୭କେଜି
୫’’୮’’(୧୭୩ସେମି): ୫୬-୭୨କେଜି
୫’’୧୦’’ (୧୭୮ସେମି) : ୫୯-୭୬କେଜି
