ବର୍ଷା ସାଜିପାରିଲାନି ବାଧା, ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

Table of Content

ଲଘୁଚାପର ପ୍ରଭାବରେ ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ଜାରି ରହିଛି ପ୍ରବଳ ଲଗାଣ ବର୍ଷା। ବୁଧବାର ସକାଳଠାରୁ ସହରର ବିଭିନ୍ନ ଅଞ୍ଚଳରେ ଅବିରତ ବର୍ଷା ହେବାରୁ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି ଏବଂ ଅନେକ ନିମ୍ନାଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ପୁରୀ ପାଇଁ ରେଡ୍ ଆଲର୍ଟ ଜାରି କରିଥିବା ବେଳେ, ଗତ ୪୫ ଘଣ୍ଟାରେ ୨୧୬ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗ ଜଳ ନିଷ୍କାସନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଛି ଏବଂ ପମ୍ପ ସେଟ୍ ମାଧ୍ୟମରେ ଜମା ପାଣି ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବର୍ଷର ଦ୍ୱିତୀୟ ଲଘୁଚାପ କ୍ଷେତ୍ର ଉତ୍ତର ଓଡ଼ିଶା ଉପକୂଳ ସମୀପରେ ସକ୍ରିୟ ରହିଛି ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଆଗାମୀ ଚାରି ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। ରଥଯାତ୍ରା ସମୟକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ନିଂ ଏବଂ ପୁରୀ ସହ ଅନେକ ଉପକୂଳ ଓ ମଧ୍ୟ ଓଡ଼ିଶା ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ସେହିପରି ସମୁଦ୍ର ଆଶାନ୍ତ ରହିବାରୁ ୧୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସଦ୍ୟତମ ସୂଚନା ଅନୁସାରେ, ପୁରୀରେ ବର୍ଷାର ତୀବ୍ରତା ଧୀରେଧୀରେ କମିବାର ସଙ୍କେତ ମିଳୁଥିଲେ ମଧ୍ୟ ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ସତର୍କତା ଜାରି ରଖିବାକୁ ପ୍ରଶାସନ ଅନୁରୋଧ କରିଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778