ଓମାନକୁ ୯୩ ରନ୍‌ରେ ହରାଇଲା ପାକିସ୍ତାନ

Table of Content

ଦୁବାଇ: ଚଳିତ ଏସିଆ କପ୍‌ର ଚତୁର୍ଥ ମ୍ୟାଚ୍‌ରେ ପାକିସ୍ତାନ ଶୁକ୍ରବାର ପ୍ରଥମ ପଦାର୍ପଣକାରୀ ଓମାନକୁ ଶୋଚନୀୟ ଭାବେ ୯୩ ରନ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ମହମ୍ମଦ ହାରିସ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୬୦ ରନ୍ କରିବା ପରେ ଏହାର ବୋଲରମାନେ ଓମାନକୁ ୬୦ ରନ୍‌ରେ ଅଲଆଉଟ୍ କରି ଦେଇଥିଲେ। ସାମୟିକ ବୋଲର ସୈମ ଆୟୁବ (୨/୮) କ୍ରମାଗତ ୱିକେଟ୍‌ ଦଖଲ କରି ଓମାନକୁ ରୋକିବା ପରେ ସୁଫିଆ ମୁକିମ୍ (୨/୭), ଫହିମ୍ ଅସ୍ରଫ୍ (୨/୬) ସେମାନଙ୍କୁ ଆଗକୁ ବଢ଼ିବାକୁ ଦେଇ ନଥିଲେ। ସାହିନ ଶାହ ଆଫ୍ରିଦି, ଆବ୍ରାର ଅହମ୍ମଦ, ମହମ୍ମନ ନୱାଜ ବି‌ ଗୋଟିଏ ଲେଖାଏଁ ୱିକେଟ୍ ବାଣ୍ଟିନେଇଥିଲେ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୱିକେଟ୍‌ରକ୍ଷକ ମହମ୍ମଦ ହାରିସ୍‌ଙ୍କ ଏକମାତ୍ର ଅର୍ଦ୍ଧଶତକ (୪୩ ବଲ୍‌ରୁ ୬୬ ରନ୍‌, ୭ ଚୌକା, ୩ ଛକା) ବଳରେ ୭ ୱିକେଟ୍ ବିନିମୟରେ ୧୬୦ ରନ୍ କରିଥିଲା। ପାଳିର ଦ୍ବିତୀୟ ବଲ୍‌ରେ ସୈମ ଆୟୁବ (୦)ଙ୍କୁ ଶାହ ଫୈଜଲ ଆଉଟ୍ କରିଦେବା ପରେ ସାହିବଜାଦା ଫରହାନ୍ (୨୯)ଙ୍କୁ ସାଥୀ କରି ହାରିସ୍‌ ଦ୍ବିତୀୟ ୱିକେଟ୍ ପାଇଁ ୮୫ ରନ୍ ଯୋଡ଼ିଥିଲେ। ଅଭିଜ୍ଞ ଫକର ଜମାନ (୧୬ ବଲ୍‌ରୁ ୨୩* ରନ୍) ବିଶେଷ ପ୍ରଭାବ ଛାଡ଼ିପାରି ନଥିଲେ। ଶେଷ ଭାଗରେ ମହମ୍ମଦ ନୱାଜ ୧୦ ବଲ୍‌ରୁ ୧୯ ରନ୍ ସଂଗ୍ରହ କରିବାରୁ ପାକିସ୍ତାନ ୧୫୦ ରନ୍ ଅତିକ୍ରମ କରିପାରିଥିଲା। ଓମାନ ପକ୍ଷରୁ ସାହା ଫୈଜଲ ଓ ଅମିର କଲିମ୍ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ନେଇଥିଲେ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts