ନବରଙ୍ଗପୁର ଜିଲ୍ଲା
ନନ୍ଦାହାଣ୍ଡି ବ୍ଲକ ର ମେଣ୍ଟ୍ରି ଗାଁରେ ମଦ ବିରୋଧୀ ଅଭିଯାନ, ମଦ ବନ୍ଦ ଦାବିରେ ଶହ ଶହ ମହିଳାଙ୍କ ରାଲି ମେଣ୍ଟ୍ରି ଗାଁରେ ମଦ ବିରୋଧୀ ଅଭିଯାନ ଜୋର ଧରିଛି।
ମଦ ବନ୍ଦ ଦାବିରେ ଶହ ଶହ ମହିଳା ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ବୈଠକ କରିବା ପରେ ହାତରେ ଲାଠି ଧରି ଗାଁ ପରିକ୍ରମା କରିଥିଲେ। ଏହି ସମୟରେ ସେମାନେ ମଦ ବନ୍ଦ କରିବାକୁ ସ୍ଲୋଗାନ ଦେବା ସହ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ।
ଆନ୍ଦୋଳନରେ ସାମିଲ ମହିଳାମାନେ କହିଛନ୍ତି ଯେ, ମଦ ଯୋଗୁଁ ଅନେକ ପରିବାର ଉଜୁଡ଼ି ଯାଉଛି। ଘରୋଇ ହିଂସା, ଆର୍ଥିକ ସଙ୍କଟ ଓ ସାମାଜିକ ଅବକ୍ଷୟ ବଢ଼ୁଥିବା ବେଳେ ଯୁବପିଢ଼ି ଓ ଛୋଟ ପିଲାମାନେ ମଧ୍ୟ ନିଶା କବଳକୁ ଯାଉଥିବାରୁ ସମାଜ ପାଇଁ ଏହା ଗୁରୁତର ବିପଦ ସୃଷ୍ଟି କରୁଛି l କାର୍ଯ୍ୟକ୍ରମରେ ନବରଙ୍ଗପୁରର ‘ମାତୃ ଆଶ୍ରୟ ଆଶ୍ରମ’ର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ଯୋଗଦେଇ ମଦ ବନ୍ଦ ପାଇଁ ସରକାରଙ୍କୁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଥିଲେ। ସେ କହିଥିଲେ, ଦଳଗତ ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି ସମସ୍ତେ ମଦ ବିରୋଧୀ ଅଭିଯାନକୁ ସମର୍ଥନ କରିବା ଆବଶ୍ୟକ।
ଅନ୍ୟପଟେ ବିଧାୟକ ଗୌରୀଶଙ୍କର ମାଝୀ ମଧ୍ୟ ଅଭିଯାନକୁ ସ୍ୱାଗତ କରିଥିଲେ। ସେ କହିଥିଲେ, ମଦ ବନ୍ଦ ଏକ ସାମାଜିକ ଆନ୍ଦୋଳନ ଓ ଏଥିରେ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଯଦି ରାଜ୍ୟରେ ମଦ ବନ୍ଦ ହୁଏ, ତେବେ ଏହାର ଶ୍ରେୟ ବିଜେପି ସରକାରଙ୍କୁ ମିଳିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

Total Users : 1000778