ଆଜିର ରାଶିଫଳ

Table of Content

ମେଷ

ସ୍ୱାସ୍ଥ୍ୟ ସମସ୍ୟାରୁ ଆରାମ ମିଳିବ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରର ବ୍ୟସ୍ତତା କମିବ। ସମସ୍ତଙ୍କ ସହ ନମ୍ର ବ୍ୟବହାର କରନ୍ତୁ। କର୍ମକ୍ଷେତ୍ରରେ ଅପବାଦ କିମ୍ବା ସମାଲୋଚନାର ସମ୍ମୁଖୀନ ହୋଇପାରନ୍ତି। ମାମଲା-ମୋକଦ୍ଦମାରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ।

ଶୁଭ ରଙ୍ଗ: ଲାଲ
ଶୁଭ ସଂଖ୍ୟା: ୯
ପ୍ରତିକାର: ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରନ୍ତୁ।

ବୃଷ

ବ୍ୟବସାୟରେ ଉନ୍ନତିର ସମ୍ଭାବନା ରହିଛି। ବାଣିଜ୍ୟିକ କାର୍ଯ୍ୟରେ ଯଥେଷ୍ଟ ଧ୍ୟାନ ଦେଲେ ସଫଳତା ମିଳିବ। ସମାଜରେ ସମ୍ମାନ ଓ ଲୋକପ୍ରିୟତା ବୃଦ୍ଧି ପାଇବ। କର୍ମଜୀବୀ ମହିଳାଙ୍କ ପାଇଁ ଦରମା ବୃଦ୍ଧିର ଯୋଗ ରହିଛି। ଚାକିରି କ୍ଷେତ୍ରରେ ବିରୋଧୀଙ୍କ ସଂଖ୍ୟା ବଢ଼ିପାରେ।

ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୬
ପ୍ରତିକାର: ପରଶୁରାମଙ୍କ ପୂଜା କରନ୍ତୁ।

ମିଥୁନ

ନିକଟତମ ଲୋକଙ୍କ ପରୋକ୍ଷ ବିରୋଧ ଯୋଗୁଁ ଭାବପ୍ରବଣତା ବଢ଼ିପାରେ। ସରକାରୀ ସ୍ତରରୁ ଶୁଭ ଖବର ପାଇ ଖୁସି ହେବେ। ଧନସମ୍ପତ୍ତି ବୃଦ୍ଧିର ସମ୍ଭାବନା ରହିଛି। ସାମାଜିକ ସ୍ତରରେ ସମ୍ମାନିତ ବ୍ୟକ୍ତିଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଏକାଗ୍ରତା ବଜାୟ ରଖିବେ।

ଶୁଭ ରଙ୍ଗ: ସବୁଜ
ଶୁଭ ସଂଖ୍ୟା: ୫
ପ୍ରତିକାର: ମା’ ବିରଜାଙ୍କ ଆରାଧନା କରନ୍ତୁ।

କର୍କଟ

ବନ୍ଧୁଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ। ସାମାଜିକ କାର୍ଯ୍ୟକଳାପ ବଢ଼ିବ। ଉଚ୍ଚଶିକ୍ଷାରେ ଥିବା ବାଧା ଦୂର ହେବ।

ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୨
ପ୍ରତିକାର: ଶ୍ରୀଗଣେଶଙ୍କ ପୂଜା ଓ ମନ୍ତ୍ରପାଠ କରନ୍ତୁ।

ସିଂହ

ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ କାର୍ଯ୍ୟରେ ବାଧା ଆସିପାରେ। ରାଜନୀତି କିମ୍ବା ପ୍ରଶାସନିକ କ୍ଷେତ୍ରରେ ନିଷ୍ପତ୍ତି ନେବାବେଳେ ସତର୍କ ରୁହନ୍ତୁ। ଅଫିସରେ ଅସମାପ୍ତ କାମ ପାଇଁ ଉପରିସ୍ଥଙ୍କ ଅସନ୍ତୋଷ ଦେଖାଦେଇପାରେ। ଆନୁଷ୍ଠାନିକ କାର୍ଯ୍ୟ ପାଇଁ ପୂର୍ବ ପ୍ରସ୍ତୁତି ଲାଭଦାୟକ ହେବ।

ଶୁଭ ରଙ୍ଗ: ନାରଙ୍ଗୀ
ଶୁଭ ସଂଖ୍ୟା: ୧
ପ୍ରତିକାର: ଶ୍ରୀରାମଙ୍କ ପୂଜା କରନ୍ତୁ।

କନ୍ୟା

ସ୍ୱାସ୍ଥ୍ୟରେ ସୁଧାର ଆସିବ। ଘର ପାଇଁ ନୂଆ ଆସବାବପତ୍ର କିଣିପାରନ୍ତି। ଆପଣଙ୍କ ପରାମର୍ଶକୁ ଲୋକେ ଗୁରୁତ୍ୱ ଦେବେ। ସକାରାତ୍ମକ ଚିନ୍ତାଧାରା କ୍ୟାରିୟରକୁ ନୂଆ ଦିଗ ଦେବ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସା ପାଇବେ।

ଶୁଭ ରଙ୍ଗ: ସବୁଜ
ଶୁଭ ସଂଖ୍ୟା: ୫
ପ୍ରତିକାର: ଶ୍ରୀବିଷ୍ଣୁଙ୍କ ପୂଜା କରନ୍ତୁ।

ତୁଳା

ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। କର୍ମଜୀବନରେ ସଫଳତା ମିଳିବ। ବନ୍ଧୁଙ୍କ ଆଗମନରେ ପରିବାରରେ ଖୁସିର ପରିବେଶ ରହିବ। ରାଜନୀତିରେ ସାହସିକ ପଦକ୍ଷେପ ଆପଣଙ୍କୁ ଆଗକୁ ନେବ। ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ସଫଳତା ହାସଲ କରିବେ।

ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୨
ପ୍ରତିକାର: ମା’ ଭାର୍ଗବୀଙ୍କ ପୂଜା କରନ୍ତୁ।

ବିଛା

ପରିବାରରେ ଶାନ୍ତି ଓ ସମନ୍ୱୟ ଫେରିବ। କିଛି ବିଷୟକୁ ନେଇ ମାନସିକ ଦ୍ୱନ୍ଦ୍ୱ ରହିପାରେ। ବିବାଦୀୟ ମାମଲାରେ ସଫଳତା ମିଳିବ। ନିଜ ତ୍ରୁଟି ସ୍ୱୀକାର କରିବା ଦ୍ୱାରା ସମ୍ପର୍କ ସୁଦୃଢ଼ ହେବ। ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ଶୁଭ ରଙ୍ଗ: ଲାଲ
ଶୁଭ ସଂଖ୍ୟା: ୯
ପ୍ରତିକାର: ନୃସିଂହଦେବଙ୍କ ପୂଜା ଓ ମନ୍ତ୍ରପାଠ କରନ୍ତୁ।

ଧନୁ

ଜୀବନସାଥୀଙ୍କ ସହ ସମ୍ପର୍କ ଆହୁରି ମଧୁର ହେବ। ବିଦେଶ ଯାତ୍ରା କିମ୍ବା ଆଇନଗତ କାର୍ଯ୍ୟରେ ସଫଳତା ମିଳିପାରେ। ମହିଳାମାନେ ସୁଖ ଓ ସମୃଦ୍ଧି ଲାଭ କରିବେ। ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ନୂଆ ପଦକ୍ଷେପ ନେବେ। ସମ୍ପତ୍ତି କାରବାରରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଶୁଭ ରଙ୍ଗ: ହଳଦିଆ
ଶୁଭ ସଂଖ୍ୟା: ୩
ପ୍ରତିକାର: ଶ୍ରୀବାମନଙ୍କ ପୂଜା କରନ୍ତୁ।

ମକର

ସ୍ୱାସ୍ଥ୍ୟରେ ଉନ୍ନତି ହେବ। କର୍ତ୍ତବ୍ୟନିଷ୍ଠା ପାଇଁ ସମ୍ମାନ ପାଇବେ। ଘରକୁ ମୂଲ୍ୟବାନ ସାମଗ୍ରୀ ଆସିପାରେ। ବିଦେଶରେ ଥିବା ସମ୍ପର୍କୀୟଙ୍କଠାରୁ ଶୁଭ ଖବର ମିଳିବ। ନୂଆ କଳାକୌଶଳ ଶିଖିବାର ସୁଯୋଗ ମିଳିବ।

ଶୁଭ ରଙ୍ଗ: ନୀଳ
ଶୁଭ ସଂଖ୍ୟା: ୮
ପ୍ରତିକାର: ମହାଦେବଙ୍କ ଦର୍ଶନ କରନ୍ତୁ।

କୁମ୍ଭ

ଯେଉଁ ବ୍ୟବସାୟ ଆରମ୍ଭ କରିବାକୁ ଭାବୁଛନ୍ତି, ତାହା ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ସମୟ। ମାମଲା-ମୋକଦ୍ଦମାରେ ଓକିଲଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ଓ ସଫଳତା ରହିବ। ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣର ସୁଯୋଗ ପାଇବେ।

ଶୁଭ ରଙ୍ଗ: ନୀଳ
ଶୁଭ ସଂଖ୍ୟା: ୮
ପ୍ରତିକାର: ଦକ୍ଷିଣ କାଳୀଙ୍କ ମହାକବଚ ଧାରଣ କରନ୍ତୁ।

ମୀନ

କର୍ମକ୍ଷେତ୍ରରେ କଷ୍ଟସାଧ୍ୟ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିବେ। ପ୍ରେମ ସମ୍ପର୍କ ମଧୁର ରହିବ। ନୂଆ କୌଶଳ ଶିଖିବାର ସୁଯୋଗ ମିଳିବ। ବିରୋଧୀଙ୍କୁ ଦୃଢ଼ତାର ସହ ମୁକାବିଲା କରିବେ। ପରିବାରର ସୁଖ ଓ ସମୃଦ୍ଧି ପାଇଁ ପ୍ରୟାସ ସଫଳ ହେବ।

ଶୁଭ ରଙ୍ଗ: ହଳଦିଆ
ଶୁଭ ସଂଖ୍ୟା: ୩
ପ୍ରତିକାର: ବୃହସ୍ପତିଙ୍କ ମନ୍ତ୍ର ଜପ କରନ୍ତୁ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778