ସରକାରଙ୍କ ଅବହେଳା ପ୍ରତିବାଦରେ ଓମସାର ଚରମ ପଦକ୍ଷେପ

Table of Content

ସରକାରୀ ଡାକ୍ତରମାନଙ୍କ ଦୀର୍ଘଦିନର ନ୍ୟାୟସଙ୍ଗତ ଦାବି ପ୍ରତି ସରକାରଙ୍କ କ୍ରମାଗତ ଅବହେଳାକୁ ପ୍ରତିବାଦ କରି ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA) ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ ଘୋଷଣା କରାଯାଇଛି।

ସଂଘର ନିଷ୍ପତ୍ତି ଅନୁଯାୟୀ, ଜରୁରୀକାଳୀନ (Emergency) ସେବାକୁ ଅବ୍ୟାହତ ରଖି OPD, IPD, ନିର୍ଦ୍ଧାରିତ ଅସ୍ତ୍ରୋପଚାର (Elective Procedures) ଓ ଡାଏଗ୍ନୋଷ୍ଟିକ୍ ସେବା ସମେତ ଅନ୍ୟାନ୍ୟ ସମସ୍ତ ଚିକିତ୍ସା ସେବା ବନ୍ଦ ରହିବ। ସଂଘର କହିବା ଅନୁସାରେ, ବାରମ୍ବାର ଆଲୋଚନା, ପ୍ରତିଶ୍ରୁତି ଏବଂ ଦାବି ଉପସ୍ଥାପନ ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସେମାନେ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। OMSA ପକ୍ଷରୁ କୁହାଯାଇଛି ଯେ, ଡାକ୍ତରମାନଙ୍କ ପାଇଁ ଉନ୍ନତ କାର୍ଯ୍ୟ ପରିବେଶ, ସେବାଗତ ସୁବିଧା ଏବଂ ଦୀର୍ଘଦିନର ନ୍ୟାୟସଙ୍ଗତ ଦାବି ପୂରଣ ହେଲେ ରାଜ୍ୟର ସ୍ୱାସ୍ଥ୍ୟସେବା ଅଧିକ ସୁଦୃଢ଼ ହେବ। ଯଦିଓ ଏହି ଆନ୍ଦୋଳନ ଯୋଗୁଁ ସାଧାରଣ ରୋଗୀମାନଙ୍କୁ ସାମୟିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ, ତଥାପି ଜରୁରୀ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବେ ଜାରି ରହିବ ବୋଲି ସଂଘ ସ୍ପଷ୍ଟ କରିଛି। ସରକାର ଶୀଘ୍ର ହସ୍ତକ୍ଷେପ କରି ଡାକ୍ତରମାନଙ୍କ ଦାବି ପୂରଣ କରିବା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ OMSA ଆହ୍ୱାନ ଜଣାଇଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778