ବନ୍ୟହାତୀର ଉପଦ୍ରବ, ଦଳିଦେବାରୁ ଚାଲିଗଲା ଜୀବନ

Table of Content

ଢେଙ୍କାନାଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି। ମୃତକ ହେଲେ ୪୮ ବର୍ଷୀୟ ତ୍ରିନାଥ ନାଏକ। ତାଙ୍କ ଘର ମେରାମଣ୍ଡଳୀ ବାଇପାସ୍ ନିକଟରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ତ୍ରିନାଥ ଆଜି ସକାଳେ ଘର ନିକଟସ୍ଥ ଅଞ୍ଚଳକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ବନ୍ୟ ହାତୀ ସମ୍ମୁଖୀନ ହୋଇଥିଲେ। ହଠାତ୍ ହାତୀଟି ତାଙ୍କ ଉପରେ ଆକ୍ରମଣ କରି ଟେକି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ମେରାମଣ୍ଡଳୀ ସେକ୍ସନର ବନ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକମାନେ ହାତୀ ଚଳାଚଳ କରୁଥିବା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରିବା ଏବଂ ବନ ବିଭାଗ ପକ୍ଷରୁ ସ୍ଥାୟୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ଏବଂ ଏକାକୀ ଜଙ୍ଗଲ କିମ୍ବା ହାତୀ ଚଳାଚଳ କରୁଥିବା ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778