“ଆଡମିଶନ୍ ପୂର୍ବରୁ ଯାଞ୍ଚ ହେବ ଆୟୁଷ୍ମାନ କାର୍ଡ; ନିୟମ ନ ମାନିଲେ ହସ୍ପିଟାଲ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ”

Table of Content

ଆୟୁଷ୍ମାନ ଭାରତ ଯୋଜନାର ଲାଭାର୍ଥୀଙ୍କୁ ଉନ୍ନତ ଓ ସ୍ୱଚ୍ଛ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ଆବଶ୍ୟକ ସମସ୍ତ ମେଡିକାଲ୍ ପରୀକ୍ଷା ଆୟୁଷ୍ମାନ କାର୍ଡ ଅଧୀନରେ କରାଯିବ ଏବଂ ଏହାର ଖର୍ଚ୍ଚ ମଧ୍ୟ ଆୟୁଷ୍ମାନ ପ୍ୟାକେଜ୍‌ରେ ସାମିଲ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ରୋଗୀ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ କରାଯାଇଥିବା ଆବଶ୍ୟକ ଡାଇଗ୍ନୋଷ୍ଟିକ୍ ଟେଷ୍ଟ ଓ ଚିକିତ୍ସା ସମ୍ବନ୍ଧୀୟ ପରୀକ୍ଷାଗୁଡ଼ିକୁ ଆୟୁଷ୍ମାନ ପ୍ୟାକେଜ୍‌ର ଅଂଶ ଭାବେ ଗଣନା କରାଯିବ। ଏହି ସୁବିଧା ପାଇଁ ରୋଗୀଙ୍କୁ ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ ନାହିଁ।

ସମ୍ପ୍ରତି କିଛି ଘରୋଇ ହସ୍ପିଟାଲ୍‌ ବିରୋଧରେ ଅଭିଯୋଗ ଆସିଥିଲା ଯେ, ଆୟୁଷ୍ମାନ ଯୋଜନା ଅଧୀନରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ପ୍ୟାକେଜ୍‌ରେ ସାମିଲ ନ କରି ରୋଗୀଙ୍କ ଠାରୁ ଅତିରିକ୍ତ ଟଙ୍କା ଆଦାୟ କରାଯାଉଛି। ମିଡିଆ ଓ ସୋସିଆଲ୍ ମିଡିଆରେ ଏହି ଅଭିଯୋଗ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଘଟଣାକୁ ଗୁରୁତ୍ୱର ସହ ନେଇଛି।

ଏହାପରେ ସମସ୍ତ ତାଲିକାଭୁକ୍ତ ଘରୋଇ ହସ୍ପିଟାଲ୍‌ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନିୟମ ପାଳନ ହେଉଛି କି ନାହିଁ ତାହାର ତଦାରଖ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟିକୁ ବିଭିନ୍ନ ହସ୍ପିଟାଲ୍‌ ଗସ୍ତ କରି ବାସ୍ତବ ସ୍ଥିତି ପରଖିବା ସହ ନିୟମ ଉଲ୍ଲଂଘନ ଘଟଣା ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ବିଭାଗୀୟ ଅଧିକାରୀ ଏବଂ ଘରୋଇ ହସ୍ପିଟାଲ୍‌ ପ୍ରତିନିଧିଙ୍କ ସହ ଏକାଧିକ ବୈଠକ କରିଥିବା ବେଳେ, ରୋଗୀଙ୍କ ଅଧିକାର ସୁରକ୍ଷା ଓ ଯୋଜନାର ସଠିକ୍ କାର୍ଯ୍ୟକାରିତାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି।

ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଆୟୁଷ୍ମାନ ଯୋଜନାର ଲାଭାର୍ଥୀମାନେ ଅଧିକ ସ୍ୱଚ୍ଛ ଓ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା ପାଇବେ ବୋଲି ଆଶା କରାଯାଉଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778