କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କ ପାଖକୁ ଏଯାଏଁ ପହଞ୍ଚିଲାନି ପ୍ରଶାସନ

Table of Content

କାଳବୈଶାଖୀ ତାଣ୍ଡବରେ ମୋହନାରେ ବ୍ୟାପକ କ୍ଷୟକ୍ଷତି: ଆହତଙ୍କ ଚିକିତ୍ସା ଜାରି, ପ୍ରଶାସନ ପହଞ୍ଚିନଥିବା ଅଭିଯୋଗ

ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତର ରାମଗଡ଼ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବିପୁଳ କ୍ଷୟକ୍ଷତି ଘଟିଛି। ହଠାତ୍ ଜୋରଦାର ପବନ ବହିବାରୁ କାନ୍ଦୁରୁ ନାୟକଙ୍କ ଘରର ଦୁଲା କାଠ ଭାଙ୍ଗିଯିବା ସହ ଟିଣ ଛାତ ଉଡ଼ି ଘରଭିତରେ ପଡ଼ିଥିଲା। ଏହି ଦୁର୍ଘଟଣାରେ କିଛି ପରିବାର ସଦସ୍ୟ ଆହତ ହୋଇଛନ୍ତି।

ଆହତମାନଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ତୁରନ୍ତ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଚାଲୁ ରହିଛି।

ଏହାସହ ସନ୍ତୋଷ କୁମାର ନାୟକ ଓ ଅଜୟ ମଳିକଙ୍କ ଘରର ଟିଣ ଛାତ ମଧ୍ୟ ଉଡ଼ିଯାଇଥିବା ଜଣାପଡ଼ିଛି। ଗରିବ ପରିବାର ହୋଇଥିବାରୁ କ୍ଷତିଗ୍ରସ୍ତମାନେ ସରକାରୀ ସହାୟତା ଦାବି କରିଛନ୍ତି।

ଅପରପକ୍ଷେ, ଘଟଣାସ୍ଥଳକୁ ଏପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚିନଥିବା ଏବଂ କୌଣସି ସହାୟତା ମିଳିନଥିବା ଅଭିଯୋଗ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଉଠିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778