ଅହମ୍ମଦାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ

Table of Content

୦୬/୦୫,ଭୁବନେଶ୍ବର:  “ଗୁଜରାଟ ଭାରତର ପଶ୍ଚିମ ଭାଗକୁ ସମୃଦ୍ଧ କରିଛି। ବର୍ତ୍ତମାନ ଭାରତର ପୂର୍ବ ଭାଗକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦ୍ରୁତ ଅଭିବୃଦ୍ଧି ଏବଂ ରଣନୈତିକ ଯୋଜନା ସହିତ ଓଡ଼ିଶା ବର୍ତ୍ତମାନ ଶିଳ୍ପଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି । ଏହା ସହିତ ପ୍ରତିଯୋଗିତାମୂଳକ ପରିବେଶରେ ନିବେଶକ ମାନଙ୍କୁ ଅପେକ୍ଷାକୃତ ସୁବିଧାଜନକ ସ୍ଥିତି ମଧ୍ୟ ପ୍ରଦାନ କରୁଛି ।”

ଅହମ୍ମଦାବାଦରେ ଆୟୋଜିତ ‘ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ’ରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଦୃଢ଼, ଦୂରଦୃଷ୍ଟିସମ୍ପନ୍ନ ବାର୍ତ୍ତା ଦେଇଛନ୍ତି । ‘ପୂର୍ବୋଦୟ’ ପରିକଳ୍ପନାରେ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତର ପ୍ରଥମ ଦିନରେ ପ୍ରମୁଖ ଉଦ୍ୟୋଗପତି ଏବଂ ବ୍ୟବସାୟିକ ସଂଘମାନେ ବ୍ୟାପକ ଭାବରେ ଯୋଗଦାନ କରିଛନ୍ତି । ଏହା ଓଡ଼ିଶାର ବିକଶିତ ଶିଳ୍ପ ବ୍ୟବସ୍ଥା ପ୍ରତି ବଢୁଥିବା ଆତ୍ମବିଶ୍ୱାସକୁ ପ୍ରତିଫଳିତ କରିଛି। ୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ଭାରତର ଅଭ୍ୟୁଦୟ ସହିତ ଭାରତର ଅର୍ଥନୈତିକ ସମ୍ପ୍ରସାରଣ ହେବ । ପଶ୍ଚିମ ଭାରତ ସହିତ ପୂର୍ବ ଭାରତର ବିକାଶ ହେଲେ ଏହି ଅଭିବୃଦ୍ଧି ଅଧିକ ସନ୍ତୁଳିତ ହେବ । ଓଡ଼ିଶା ଏହି ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମେ ଗୁଜରାଟକୁ ଏକ ସ୍ପଷ୍ଟ ସନ୍ଦେଶ ନେଇ ଆସିଛୁ । ଭାରତର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଆମେ ଶିଳ୍ପଜଗତକୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରିତ କରୁଛୁ, ଏବଂ ମିଳିତ ଅଭିବୃଦ୍ଧି ମାଧ୍ୟମରେ ଦେଶର ସମୃଦ୍ଧିରେ ଯୋଗଦାନ ରଖିବାକୁ ଅନୁରୋଧ କରୁଛୁ ।”

ଏହି ପ୍ରତିନିଧି ମଣ୍ଡଳୀରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ, ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ହେମନ୍ତ ଶର୍ମା ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts