ନ୍ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ହେନେରିକ୍ କ୍ଲାସେନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ସେ ଜଣେ ପ୍ରଶଂସକଙ୍କୁ ଧମକାଉଥିବା ଶୁଣାଯାଉଛି।
ଘଟଣାଟି ମୁମ୍ବାଇ ଏୟାରପୋର୍ଟର ବୋଲି ମନେକରାଯାଉଛି। କ୍ଲାସେନ୍ ନିଜ ପରିବାର ସହ ଯାଉଥିବାବେଳେ ଜଣେ ବ୍ୟକ୍ତି ତାହାର ଭିଡିଓ ଉତ୍ତୋଳନ କରୁଥିବା ଦେଖିବା ପରେ ସେ ତାହାକୁ ବାରଣ କରିଥିଲେ। ଖେଳାଳିଙ୍କ ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଙ୍ଘନ କରିବା ସତ୍ତ୍ବେ ସଂପୃକ୍ତ ବ୍ୟକ୍ତି ଭିଡିଓ ଉତ୍ତୋଳନ କରିଚାଲିଥିଲେ। ଏହା ଦେଖି କ୍ଲାସେନ୍ କହିଲେ,“ ଏହା କରନାହିଁ , ମୋ କଥା ଶୁଣ, ଏହା କରନାହିଁ । ମୁଁ ନାହିଁ କହୁଛି, ଏଠାରୁ ଚାଲିଯାଅ ।’’ ସେ ଏପରି କହିବା ସତ୍ତ୍ବେ ସଂପୃକ୍ତ ବ୍ୟକ୍ତି ତାହାକୁ କର୍ଣ୍ଣପାତ ନ କରି ଭିଡିଓ ଉତ୍ତୋଳନ ଜାରି ରଖିଥିଲେ।
