୧୦୦ କେନ୍ଦ୍ରରେ ଗଣନା ବନ୍ଦ ରହିଥିବା ମମତାଙ୍କ ଅଭିଯୋଗ : ସେ ଦଳୀୟ କର୍ମୀଙ୍କୁ ନିରାଶ ଓ ଭୟଭୀତ ନହେବାକୁ କହିଛନ୍ତି

Table of Content

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଟିଏମସି ଏଜେଣ୍ଟ ଏବଂ କର୍ମୀଙ୍କୁ ଏକ ଜରୁରୀ ବାର୍ତ୍ତା ଜାରି କରିଛନ୍ତି । ତୃଣମୂଳ କର୍ମୀମାନଙ୍କୁ ଗଣନା କେନ୍ଦ୍ରରେ ରହିବାକୁ ଆହ୍ୱାନ କରି ଟିଏମସି ସୁପ୍ରିମୋ ଅଭିଯୋଗ କରିଛନ୍ତି ଯେ ୧୦୦ରୁ ଅଧିକ କେନ୍ଦ୍ରରେ ଗଣନା ବନ୍ଦ କରାଯାଇଛି। ମମତା ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ମୁଁ ଗତକାଲି କହିଥିବା ପରି ପ୍ରଥମ ୨-୩ ରାଉଣ୍ଡ ପରେ ସେମାନେ ବିଜେପି ଜିତିଥିବା ଦର୍ଶାଇବେ। ଏବେ ୧୦୦ରୁ ଅଧିକ କେନ୍ଦ୍ରରେ ଗଣନା ବନ୍ଦ ରହିଛି ବୋଲି କହିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମମତା କହିଛନ୍ତି, ନିର୍ବାଚନ ସଂସ୍ଥାର କର୍ମୀମାନେ ଭୋଟ ଗଣନା ବନ୍ଦ କରିଦେଇଛନ୍ତି।

ବିଶେଷକରି ତୃଣମୂଳ କଂଗ୍ରେସ ଆଗରେ ଥିବା ଅଞ୍ଚଳରେ ଗଣନା ବନ୍ଦ ରହିଥିବା ଅଭିଯୋଗ କରିଛନ୍ତି। ପାଖାପାଖି ୧୦୦ ଆସନରେ ଟିଏମ୍‌ସି ଆଗୁଆ ରହିଛି କିନ୍ତୁ ଏହା ପ୍ରକାଶ କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍‌) ନାଁରେ ଭୋଟ ସବୁ ଲୁଟି ନେଇଛନ୍ତି। ମମତା ଗଣନା ଏଜେଣ୍ଟ ଓ ଦଳୀୟ ପ୍ରାର୍ଥୀଙ୍କୁ ଗଣନା କେନ୍ଦ୍ର ନ ଛାଡ଼ିବାକୁ କହିଛନ୍ତି।

ସେ ଦଳୀୟ କର୍ମୀଙ୍କୁ ନିରାଶ ଓ ଭୟଭୀତ ନହେବାକୁ କହିଛନ୍ତି। ବିଜେପି ବର୍ତ୍ତମାନ ୧୮୨ ଆସନରେ ଆଗୁଆ ଥିବାବେଳେ ଟିଏମ୍‌ସି ୯୧ ଆସନ ସହିତ ପଛରେ ଚାଲୁଛି। ବିଜେପି ସଂଖ୍ୟା ଗରିଷ୍ଠତା ମାର୍ଜିନ ପାର୍‌ କରିସାରିଛି। ଭବାନୀପୁରରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସହ କଡ଼ା ପ୍ରତିଦ୍ୱନ୍ଦ୍ୱିତା ପରେ ଟିଏମସି ସୁପ୍ରିମୋ ପୁଣି ଆଗୁଆ ଅଛନ୍ତି। ମମତା ବାନାର୍ଜୀ ବର୍ତ୍ତମାନ ୧୭୦୦୦ରୁ ଅଧିକ ଭୋଟରେ ଆଗରେ ଅଛନ୍ତି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts