ବୃଦ୍ଧଙ୍କୁ ଡିଜିଟାଲ୍ ଆରେଷ୍ଟ କରି ଠକିନେଲେ ୮୪.୫ ଲକ୍ଷ

Table of Content

ସାଇବର ଠକ ନିଜକୁ ପୁଲିସ ଏବଂ ଏଟିଏସ୍ ଅଧିକାରୀ ଭାବରେ  ପରିଚୟ ଦେଇ ଲକ୍ଷ୍ନୌର ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କୁ ଡିଜିଟାଲ୍ ଆରେଷ୍ଟ କରି ୮୪.୫  ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏହି ମାମଲାଟି ଦର୍ଶାଉଛି ଯେ, ଠକମାନେ କିପରି ଭୟ ଦେଖାଇ ଏବଂ ଧମକ ଦେଇ ନକଲି କାଗଜପତ୍ର ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ନାଲି ଆଖି ଦେଖାଇ ସାଧାରଣ ଲୋକଙ୍କୁ ଫସାଉଛନ୍ତି।

ଜାନକୀପୁରମର ସେକ୍ଟର-ଜି ନିବାସୀ ବଦ୍ରୁଦ୍ଦିନ୍ ଅନସାରୀ ରିପୋର୍ଟ କରିଛନ୍ତି ଯେ, ମାର୍ଚ୍ଚ ୭ ତାରିଖରେ ଲକ୍ଷ୍ନୌ ପୁଲିସ ମୁଖ୍ୟାଳୟର ଜଣେ ବରିଷ୍ଠ ଇନ୍ସପେକ୍ଟର ବୋଲି ଦାବି କରୁଥିବା ଜଣେ ବ୍ୟକ୍ତିଙ୍କ ଫୋନ୍ କଲ୍ ସହିତ ଏହି ଅଘଟଣ ଆରମ୍ଭ ହୋଇଥିଲା। ଫୋନ୍ କରିଥିବା ବ୍ୟକ୍ତି ତାଙ୍କୁ ଚେତାବନୀ ଦେଇଥିଲେ, ତାଙ୍କ ନାମ ପୁଣେର ଏକ ମନି ଲଣ୍ଡରିଂ ମାମଲାରେ ସାମ୍ନାକୁ ଆସିଛି।

ସେ ଅଭିଯୋଗ କରିଥିଲେ, ତାଙ୍କ ନାମରେ ବେଆଇନ କାରବାର ପାଇଁ ଏକ ନକଲି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଲଗାତାର ଭାବେ ଠକ ଦୀର୍ଘ ୨୭ ଦିନ ଧରି ବୃଦ୍ଧଙ୍କୁ ମାନସିକ ଚାପରେ ରଖିଥିଲେ।  ଠକମାନେ ସେମାନଙ୍କର ଦାବିକୁ ଆଇନଗତ ବୋଲି ଦେଖାଇବା ପାଇଁ ହ୍ୱାଟ୍ସଆପ୍ ଏବଂ ସିଗନାଲ ମାଧ୍ୟମରେ ନକଲି କାଗଜପତ୍ର ପଠାଇଥିଲେ, ଯେଉଁଥିରେ ଏନ୍‌ଆଇଏ, ସୁପ୍ରିମକୋର୍ଟ ଏବଂ ଆରବିଆଇର ନାମ ଥିଲା। ନିଜକୁ ଏଟିଏସ୍ ଅଧିକାରୀ ଭାବରେ ପରିଚୟ ଦେଇ ବହୁ କଲ୍ ତାଙ୍କ ପାଖକୁ ଆସିଥିଲା।  ତାଙ୍କୁ ଗିରଫ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦିଆଯାଇଥିଲା।

ଭୟରେ ଶେଷରେ ବୃଦ୍ଧ ବ୍ୟକ୍ତି ଜଣକ ରାଜି ହୋଇ ମାର୍ଚ୍ଚ ୧୧ ରୁ ଏପ୍ରିଲ ୪ ମଧ୍ୟରେ ବିଭିନ୍ନ ଆକାଉଣ୍ଟକୁ ୮୪.୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ଠକିଯାଇ ଥିବା ଜାଣିବା ପରେ ଅନସାରୀ ମର୍ମାହତ ହୋଇ ସାଇବର ପୁଲିସର ଦ୍ବାରସ୍ଥ ହୋଇଥିଲେ। ଏନେଇ ଏକ ମାମଲା ରୁଜୁ ହୋଇଛି, ଏବଂ ତଦନ୍ତକାରୀମାନେ ଏପର୍ଯ୍ୟନ୍ତ ୨୭ ଲକ୍ଷ ଟଙ୍କା ଫ୍ରିଜ୍ କରିବାରେ ସଫଳ ହୋଇଛନ୍ତି। ବାକି ଟଙ୍କା  ଜବତ କରିବା ପାଇଁ ପ୍ରୟାସ ଚାଲିଛି। ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଏହି ମାମଲା ଡିଜିଟାଲ୍ ଆରେଷ୍ଟ ଠକେଇର ବର୍ଦ୍ଧିତ ବିପଦକୁ ସ୍ପଷ୍ଟ କରୁଛି।  ଅପରାଧୀମାନେ ଭୟ ଦେଖାଇ ଏବଂ ଧମକ ଦେଇ ପୀଡିତମାନଙ୍କୁ ଆର୍ଥିକ କ୍ଷତିରେ ପକାଉଛନ୍ତି। ଏନେଇ ସଚେତନ ରହିବାର ଯଥେଷ୍ଟ ଆବଶ୍ୟକତା ରହିଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts