ଜଙ୍ଗଲ ରେ ନିଆଁ ଲଗାଇ ଶିକାର: ୪ ଗିରଫ, ଦେଶୀ ବନ୍ଧୁକ ଓ ବାଇକ ଜବତ

Table of Content

ଜଙ୍ଗଲ ରେ ନିଆଁ ଲଗାଇ ବନ୍ୟ ଜନ୍ତୁ ଶିକାର କରିବା ମାମଲା ରେ ୪ ଜଣ ଗିରଫ , ୪ଟି  ଦେଶୀ ବନ୍ଧୁକ ସହ ବାଇକ ଜବତ। କୋଟଗଡ ଅଭୟାରଣ୍ୟ ମଧ୍ୟରେ ଜଙ୍ଗଲ ରେ ନିଆଁ ଲଗାଇ ବନ୍ୟ ଜନ୍ତୁ ଶିକାର କରିବା ପଡିଲା ମହଙ୍ଗା। ବନ ବିଭାଗ ୪ ଜଣ ଶିକାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪ଟି ଦେଶୀ ବନ୍ଧୁକ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସିର୍ଲା ପଞ୍ଚାୟତର ବଙ୍ଗେରୀ ଗ୍ରାମର ଲୁଟା ସିଂହ ମୁଠାମାଝୀ, ଜିତୁ ମାଝୀ, ଫିନାସ୍ ମଲିକଓ  ରାଜେନ୍ଦ୍ର ମାଝୀ ।

ସେମାନଙ୍କ ନିକଟରୁ ୪ଟି ଦେଶୀ ବନ୍ଧୁକ ସହ ୨୪ ଟି କାଟ୍ରିଜ, ଗନ୍ ପାଉଡର, ବୋତଲ, ହେଡ ଲାଇଟ୍, ଜି ଆଇ ତାର,  କଟର ସହ ଗୋଟିଏ ବାଇକ ଜବତ ହୋଇଛି। କିଛି ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ବନ୍ୟ ଜନ୍ତୁ ଶିକାର କରୁଥିବା ଖବର ପାଇ ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ ରଜନୀକାନ୍ତ ମେହେରଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା କ୍ଷ ଏନେଇ ବନ ବିଭାଗ ଏକ ମାମଲା ଋଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏଥିସହ ଏଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିଙ୍କ ସଂପର୍କରେ ସୂଚନା ଦେଇ ଜଙ୍ଗଲ ଓ ବନ୍ୟ ଜନ୍ତୁଙ୍କ ସୁରକ୍ଷା ପାଇଁ ସହଯୋଗ କରିବାକୁ ସାଧାରଣ ଲୋକଙ୍କୁ ଅପିଲ କରିଛି ବନ ବିଭାଗ ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts