ଭତ୍ତା ବିଳମ୍ବ ପ୍ରତିବାଦରେ ବ୍ଲକ ସମ୍ମୁଖରେ ଗଣଧାରଣା

Table of Content

ଭତ୍ତା ବିଳମ୍ବକୁ ନେଇ ତିଗିରିଆ ବ୍ଲକ ସମ୍ମୁଖରେ ଗଣଧାରଣା, ଶୀଘ୍ର ସମାଧାନ ଦାବି

ତିଗିରିଆ: ତିନି ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନରେ ବିଳମ୍ବ ହେଉଥିବାର ପ୍ରତିବାଦରେ ସୋମବାର ତିଗିରିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଗଣଧାରଣା ଅନୁଷ୍ଠିତ ହୋଇଛି। ଭତ୍ତା ଉପରେ ନିର୍ଭରଶୀଳ ବୟସ୍କ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀମାନେ ନିଜ ଅସନ୍ତୋଷ ପ୍ରକାଶ କରି ଶୀଘ୍ର ଭତ୍ତା ପ୍ରଦାନ ଦାବି କରିଛନ୍ତି।

ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଭତ୍ତା ବଣ୍ଟନରେ ଦେରି ହେବା ଯୋଗୁଁ ହଜାର ହଜାର ହିତାଧିକାରୀ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଭତ୍ତା ପାଇବା ଆଶାରେ ବୟସ୍କ ଲୋକମାନେ ବାରମ୍ବାର ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରୁଥିବା ସେମାନେ କହିଛନ୍ତି।

ଏହି ଆନ୍ଦୋଳନରେ ତିଗିରିଆ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ୧୪ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପ୍ରତିନିଧି ଓ ଶତାଧିକ ହିତାଧିକାରୀ ଯୋଗଦେଇଥିଲେ। ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବା ସହ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ଦାବି ଉଠାଇଥିଲେ।

ପ୍ରତିବାଦକାରୀମାନେ କହିଛନ୍ତି ଯେ, ବୟସର ଅପରାହ୍ନରେ ଏହି ଭତ୍ତା ହିଁ ଅନେକ ହିତାଧିକାରୀଙ୍କ ଜୀବନଜୀବିକାର ଏକମାତ୍ର ଭରସା। ତେଣୁ ଭତ୍ତା ପ୍ରଦାନରେ ଏଭଳି ବିଳମ୍ବ ସେମାନଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି।

ଧାରଣା ଶେଷରେ ଆନ୍ଦୋଳନକାରୀମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଶୀଘ୍ର ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts