ଜୁଆ କାରବାର ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ଦୁଇ ଅଭିଯୁକ୍ତଙ୍କ ଘରେ ପୁଲିସ ଚଢ଼ାଉ

Table of Content

ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଅନ୍ତର୍ଗତ ଲୁହାକେରା ଅଞ୍ଚଳରେ ପୁଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜୁଆ କାରବାର ସହ ସମ୍ପୃକ୍ତି ଏବଂ ଅବୈଧ ଆର୍ଥିକ କାର୍ଯ୍ୟକଳାପ ଅଭିଯୋଗରେ ଦୁଇ ଜଣ କଥିତ ଜୁଆଡ଼ିଙ୍କ ଘର ସମେତ ମୋଟ ତିନୋଟି ସ୍ଥାନରେ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି।

ପୁଲିସ ସୂତ୍ର ଅନୁଯାୟୀ, ଲୁହାକେରା ଗ୍ରାମର ଦିଲୀପ କଂସାରୀ ଓ ବାହନ କଂସାରୀଙ୍କ ନାମରେ ଦୀର୍ଘଦିନ ଧରି ଜୁଆ କାରବାର ଚାଲୁଥିବା ଏବଂ ଏହାର ନେଟୱର୍କ ଓଡ଼ିଶା ସହ ଝାଡ଼ଖଣ୍ଡ ଓ ଛତିଶଗଡ଼ ପର୍ଯ୍ୟନ୍ତ ବିସ୍ତାରିତ ଥିବା ଅଭିଯୋଗ ମିଳିଥିଲା। ଏହି ଅଭିଯୋଗକୁ ଆଧାର କରି ପୁଲିସ ପୂର୍ବରୁ ଉଭୟଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା।

ଚଢ଼ାଉରେ ପାଞ୍ଚ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ସାମିଲ ହୋଇଥିଲେ। ତଲାସି ସମୟରେ ବିପୁଳ ପରିମାଣର ନଗଦ ଅର୍ଥ, ସୁନା ଅଳଙ୍କାର, ଦାମୀ ଗାଡ଼ି ଏବଂ ଜୁଆ କାରବାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁସାରେ, ୧୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି ଜବତ ହୋଇଥିବା ଚର୍ଚ୍ଚା ହେଉଛି, ଯଦିଓ ପୁଲିସ ପକ୍ଷରୁ ଏହାର ଆନୁଷ୍ଠାନିକ ପୁଷ୍ଟି ହୋଇନାହିଁ।

ଏହି ଚଢ଼ାଉ ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଜୁଆ କାରବାର ସହ ଜଡ଼ିତ ଆର୍ଥିକ କାରବାରର ମଧ୍ୟ ତଦନ୍ତ କରାଯାଉଛି। ଜବତ ହୋଇଥିବା ସାମଗ୍ରୀ ଓ ଦସ୍ତାବିଜ ଆଧାରରେ ପୁଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି।

ରାଉରକେଲା ଏସ୍‌ପି କହିଛନ୍ତି ଯେ ତଦନ୍ତ ଜାରି ରହିଛି ଏବଂ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଖୁବଶୀଘ୍ର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିସ୍ତୃତ ସୂଚନା ଦିଆଯିବ। ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ଅବୈଧ ଜୁଆ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ମନେ କରାଯାଉଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts