ଶିଳ୍ପାଞ୍ଚଳ କଳିଙ୍ଗନଗରରେ ଭାଙ୍ଗିପଡ଼ିଛି ମୁଖ୍ୟ ସଡ଼କ, ଆନ୍ଦୋଳନ ଚେତାବନୀ

Table of Content

କଳିଙ୍ଗନଗର, ଯାହାକୁ ଏସିଆର ଅନ୍ୟତମ ପ୍ରମୁଖ ଶିଳ୍ପ ରାଜଧାନୀ ଏବଂ ଓଡ଼ିଶାର ଆର୍ଥିକ ପ୍ରାଣକେନ୍ଦ୍ର ଭାବେ ପରିଚିତ କରାଯାଏ, ସେହି ଅଞ୍ଚଳର ମୁଖ୍ୟ ସଡ଼କ ବିଜୁ ପଟ୍ଟନାୟକ ମାର୍ଗ ଆଜି ଚରମ ଅବହେଳାର ଶିକାର ହୋଇ ମରଣଯନ୍ତାରେ ପରିଣତ ହୋଇଛି। ଲଗାଣ ବର୍ଷା ପରେ ରାସ୍ତାର ବଡ଼ ବଡ଼ ଖାଲଗୁଡ଼ିକରେ ପାଣି ଜମି ରହୁଥିବାରୁ ଯାନବାହନ ଚାଳକମାନେ ଖାଲର ଗଭୀରତା ଅନୁମାନ କରିପାରୁ ନାହାନ୍ତି।

ଫଳରେ ପ୍ରତିଦିନ ଶହ ଶହ ଛୋଟ ଓ ବଡ଼ ଗାଡ଼ି ଜୀବନକୁ ବାଜି ଲଗାଇ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ବିଶେଷକରି ଭାରୀ ଟ୍ରକ୍‌, ଟ୍ରେଲର ଓ ଶିଳ୍ପ ସଂସ୍ଥାର ପରିବହନ ଯାନଗୁଡ଼ିକ ପାଇଁ ଏହି ରାସ୍ତା ବିପଦପୂର୍ଣ୍ଣ ପାଲଟିଥିବାବେଳେ, ଦୁଇଚକିଆ ଯାନ ଚାଳକ ଓ ସାଧାରଣ ଲୋକ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ରାସ୍ତା କଳିଙ୍ଗନଗରର ପ୍ରାୟ ୨୦ଟି ବୃହତ ଶିଳ୍ପ ପ୍ରତିଷ୍ଠାନକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ହୋଇଥିବା ସତ୍ତ୍ୱେ ଏହାର ରକ୍ଷଣାବେକ୍ଷଣ ପ୍ରତି ସମ୍ପୃକ୍ତ ବିଭାଗର ଅବହେଳାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶିଳ୍ପାଞ୍ଚଳରୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ କରୁଥିବାବେଳେ ମୌଳିକ ଭିତ୍ତିଭୂମି ସୁବିଧା, ବିଶେଷକରି ସଡ଼କ, ଡ୍ରେନେଜ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଏଭଳି ଦୟନୀୟ ଚିତ୍ର ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀମାନେ ତୁରନ୍ତ ରାସ୍ତାର ସ୍ଥାୟୀ ମରାମତି, ଉନ୍ନତ ଡ୍ରେନେଜ୍ ବ୍ୟବସ୍ଥା ଏବଂ ନିରାପଦ ଯାତାୟାତ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ କରାନଯାଏ, ତେବେ ଯେକୌଣସି ସମୟରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିବା ସହ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ସ୍ଥିତିରେ କଳିଙ୍ଗନଗର ଭଳି ଏକ ଆନ୍ତର୍ଜାତିକ ମହତ୍ତ୍ୱର ଶିଳ୍ପାଞ୍ଚଳର ମୁଖ୍ୟ ସଡ଼କର ଦୁର୍ଦ୍ଦଶା ରାଜ୍ୟର ଭିତ୍ତିଭୂମି ବିକାଶର ବାସ୍ତବ ଚିତ୍ରକୁ ପଦାକୁ ଆଣିଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000787